Odiapua.com

ବେକରେ ରଶି ଲଗାଇ ଆତ୍ମହତ୍ୟା କରିଥିବା ଅଭିଯୋଗ

ଭଦ୍ରକ, ୨୨ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ଭଣ୍ଡାରିପୋଖରୀର ଥାନା ଅନ୍ତର୍ଗତ ବୟାବନାପୁର ଗ୍ରାମର ଅକ୍ଷୟ ରାଉତଙ୍କ ସାନପୁଅ ପ୍ରଫୁଲ୍ଲ(୨୧) ବେକରେ ରଶୀ ଦେଇ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି । ପ୍ରାପ୍ତ ସୂଚନା ଅନୁସାରେ ଆଜି ସକାଳେ ପରିବାର ଲୋକେ ପ୍ରଫୁଲ୍ଲ ବାଡିପଛ ଆମ୍ବଗଛରେ ରଶୀ ଲଗାଇ ଝୁଲୁଥିବାର ଦେଖିଥିଲେ । ଥାନାକୁ ଜଣାଯିବା ପରେ ପୁଲିସ ଶବ ଜବତ କରିବା ସହ ଏଥିନେଇ ୧୨/୨୧ନଂ ଏକ ଅପମୃତ୍ୟୁ ମାମଲା ଋଜୁ କରି ଶବ ବ୍ୟବଚ୍ଛେଦ ପାଇଁ ପଠାଇଥିବା ଜଣାଯାଇଛି । ଏହି ଘଟଣାରେ ସ୍ଥାନୀୟ ଅଂଚଳରେ ଶୋକର ଛାୟା ଖେଳିଯାଇଛି ।