Odiapua.com

ବେକରେ ଗାମୁଛା ବାନ୍ଧି ଯୁବକଙ୍କ ଆତ୍ମହତ୍ୟା

ଯୋଡା, ୦୪/୧୧ (ଓଡିଆ ପୁଅ / ସେକ୍ ଜାବିର ମହମ୍ମଦ) ଯୋଡା ଥାନା ଅନ୍ତର୍ଗତ କୋହ୍ଲହୁଣ୍ଡୁଳା ଗ୍ରାମ ଠେସାବୁରୁ ସାହିର ମଙ୍ଗୁଳୁ ମୁଣ୍ଡାଙ୍କ ପୁଅ ଗହ୍ମା ମୁଣ୍ଡା (୨୭) ବେକରେ ଗାମୁଛା ବାନ୍ଧି ଆତ୍ମହତ୍ୟା କରିଥିବା ଜଣାପଡିଛି। କୌଣସି ଘରୋଇ କଳିରୁ ସେ ଆତ୍ମହତ୍ୟା କରିଥିବା କୁହାଯାଉଥିବା ବେଳେ ସେ ଜିନ୍ଦଲ କାରଖାନାରେ କୌଣସି ଠିକାଦାର ଅଧିନରେ ଶ୍ରମିକ ଭାବେ କାର୍ଯ୍ୟ କରୁଥିଲେ। ସେ ବିବାହିତ ଓ ତାଙ୍କର ଏକ ଛୋଟ ଝିଅ ଅଛି। ଗତ ଶୁକ୍ରବାର ଠାରୁ ସେ ଘରୁ କେଉଁ ଆଡେ ଚାଲିଯାଇଥିବା ବେଳେ ସୋମବାର ସକାଳୁ ପ୍ରଧାନ ସାହି ଜାହିରା ନିକଟରେ ଏକ ଗଛରେ ଝୁଲନ୍ତା ଅବସ୍ଥାରେ ଦେଖିବାକୁ ମିଳିଥିଲା। ସେ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଥିବା ବେଳେ ଶବ ବ୍ୟବଚ୍ଛେଦ ପରେ ସଠିକ ଖବର ମିଳିପାରିବ ବୋଲି ଯୋଡା ଥାନା ଭାରପ୍ରାପ୍ତ ଅଧିକାରୀ ରାଇସେନ ମୁର୍ମୁ ଗଣମାଧ୍ୟମରେ ସୂଚନା ଦେଇଛନ୍ତି।