Odiapua.com

ବେଆଇନ ସଟା କାରବାରରେ ଦୁଇ ଅଭିଯୁକ୍ତ ଗିରଫ ସହ ନଗଦ ଟଙ୍କା ଜବତ

ବଲାଙ୍ଗୀର ୯ -୧୦ (ଓଡ଼ିଆ ପୁଅ/ସନ୍ତୋଷ ନାୟକ) :ବଲାଙ୍ଗୀର ଜିଲ୍ଲା ଅନ୍ତର୍ଗତ କଣ୍ଟାବାଞ୍ଜି ସହର ରେ ବେଆଇନ ସଟା କାରବାର ଅଭିଯୋଗ ରେ ଦୁଇଗୋଟି ମୋବାଇଲ, ସଟା ଚିଟ, ନଗଦ ୪ ହଜାର ଛଅ ସହ ଟଙ୍କା ଓ କାଲ କୁଲେଟର ସହ ଦୁଇ ଅଭିଯୁକ୍ତ ଙ୍କୁ କଣ୍ଟାବାଞ୍ଜି ପୋଲିସ ଗିରଫ କରିଥିବା ଜଣାଯାଇଛି। ବମ୍ବେ, କଲ୍ୟାଣି, ଭୂତନାଥ ନାମକ ତିନୋଟି ସଟା ଗଦି ମାଲିକ ପୋଲିସ ପ୍ରଶାସନ କୁ ମାସିକ ବଟି ଦେଇ ଲକ୍ଷ, ଲକ୍ଷ ଟଙ୍କା ର ଏହି ସଟା କାରବାର ଚଲାଇ ଆସୁଥିବା ଅଭିଯୋଗ ହୋଇଅସୁଥିଲା। ୧ ଟଙ୍କା ରେ ୮୦ ଟଙ୍କା ପାଇବା ଲୋଭରେ ଓ ଓପନ, କ୍ଲୋଜ ନାମକ ଦୁଇଥର ଦୁଇଗୋଟି ଯାହାକି ସିଙ୍ଗଲ ଓ ଡବଲ ଭାବେ ଏହି ଖେଳ ଚାଲିଥାଏ। ଓପନ ରେ ଏକ ଟଙ୍କା ରେ ଆଠ ଟଙ୍କା ଗୋଟିଏ ନମ୍ବର ରେ ଓ କ୍ଲୋଜ ରେ ଦୁଇଟି ନମ୍ବର ଯାହାକି ଦୁଇଟି ନମ୍ବର ରେ ୮୦ ଟଙ୍କା ମିଳିଥାଏ। ମୋବାଇଲ ରେ ଏହି ଖେଳ ଉକ୍ତ ସଟା ମାଲିକ ଙ୍କୁ ଅଧିକ ସହଜ ରେ ଖେଳା ଯାଇପାରୁଥିବା ଓ ଏଜେଣ୍ଟ ମାନେ ରହି ଖେଳ ଖେଳାଇ ବେଶ ମାଲେ, ମାଲ ହୋଇ ପାରୁଥିବା ବେଳେ ସବୁ ବର୍ଗର ଲୋକେ ଏପରି କି ମହିଳା ମାନେ ଏ ଖେଳ ନିୟମିତ ଖେଳିଥାନ୍ତି ଓ ସର୍ବସ୍ୱାନ୍ତ ହୋଇ ଆସୁଥିବା ଦେଖାଯାଉଛି। ଏହି ଖେଳ ଏହି କଣ୍ଟାବାଞ୍ଜି ଥାନା ଅଞ୍ଚଳରେ ବେଶ ଜୋର, ସୋର ରେ ଚାଲିଥିବା ବେଳେ ଉକ୍ତ ଗଦି ମାଲିକ ଙ୍କ ବିରୋଧ ରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ବୁଦ୍ଧିଜୀବୀ ମହଲରେ ଦାବି ହୋଇଆସୁଛି।