ପାଟଣା ୬-୧୧ (ଓଡ଼ିଆ ପୁଅ/ସନ୍ତୋଷ ପତି) କେନ୍ଦୁଝର ଜିଲ୍ଲା ସାହାରପଡା ତହସିଲ ଅଧିନ ବ୍ଲକ ନିକଟରୁ ବେଆଇନ ମୋରମ ଚୋରା ଚାଲାଣ ହେଉଥିବା ସମୟରେ ରବିବାର ରାତିରେ ପାଟଣା ପୋଲିସ ଜବତ କରିଛି। ମିଳିଥିବା ସୂଚନା ଅନୁସାରେ ସାହାରପଡା ଅଞ୍ଚଳରେ ବେଆଇନ ମୋରମ ଚୋରା ଚାଲାଣ ହେଉଥିବା ଅଭିଯୋଗ ହେଇ ଆସୁଥିଲା କୌଣସି ସୂତ୍ରରୁ ପୋଲିସ ଖବର ପାଇ ଥାନା ଅଧିକାରୀ ସନ୍ଧ୍ୟାରାଣୀ ଜେନା ଘଟଣା ସ୍ଥଳକୁ ଯାଇ ୪ଟି ମୋରମ ବୋଝେଇ ଟ୍ରାକ୍ଟର ସହିତ ଗୋଟିଏ ଜେସିବି ଜବତ କରିଛି ତେବେ ପୋଲିସକୁ ଦେଖି ଆଉ ଦୁଇଟି ଗାଡି ଘଟଣା ସ୍ଥଳରୁ ଫେରାର ହୋଇଥିବା ସୂଚନା ମିଳିଛି।