Odiapua.com

ବେଆଇନ ଭାବେ ବିକ୍ରିକରୁଥିବା ସମୟରେ ୯୦ଲିଟର ବିଦେଶୀ ମଦ ଜବତ ଜଣେ ଗିରଫ

ମାଲକାନଗିରି,୨୬ା୮(ଓଡିଆ ପୁଅ )ମାଲକାନଗିରି ଜିଲ୍ଲା ମୁଦୁଲିପଡା ଥାନାସ୍ଥ କୁମାର ସହିର ଜଣେ ଯୁବକ ବେଆଇନ ଭାବେ ବିଦେଶୀ ମଦ ବିକ୍ରିକରୁଥିବା ବେଳେ ମଦ ସହିତ ସେ ଯୁବକକୁ ପୁଲିସ ଗିରଫ କରିଛନ୍ତି । ଖଇରପୁଟ ବ୍ଲକସ୍ଥ କୁମାରସାହି ରେ ମୁଦୁଲିପଡା ଥାନାପୁଲିସ ଚଢଉକରି ସେହି ସାହିର ଜଜମିନ କାନ୍ତ ସଗରିୟା କୁ ଗିରଫ କରିବା ସହିତ ତାଙ୍କ ଘରୁ ବିଭିନ୍ନ ବ୍ରାଣ୍ଡର ୯୦ ଲିଟର ବିିଦେଶୀ ମଦ ଜବତ କରିଛନ୍ତି । ସଗରିୟା ନିୟମିତଭାବେ ଚୋରାରେ ବିଦେଶୀ ମଦ ନିଜ ଘରେ ରଖି ଚଢାମୂଲ୍ୟରେ ବିକ୍ରୀ କରିଆସୁଥିଲେ । ଏ ସଂପର୍କରେ ମୁଦୁଲିପଡା ଥାନା ପୁଲିସ ଜାଣିବା ପରେ ତାଙ୍କ ଘରଉପରେ ଚଢଉକରିଥିଲେ । ବେଆଇନ ବିଦେଶୀ ମଦ ବିକ୍ରି କରିବା ଅଭିଯୋଗରେ ସଗରିୟା କୁ ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି ।