Odiapua.com

ବେଆଇନ ବାଣ ଗୋଦାମ ଉପରେ ଚଢାଉ

କଟକ,୨୬/୧୦,(ଓଡ଼ିଆ ପୁଅ ପି ନାୟକ): ଆସନ୍ତା କାଲି ହେଉଛି ଆଲୋକର ପର୍ବ ଦୀପାବଳି । ଏଥିପାଇଁ ସବୁଆଡେ ଆଲୋକମୟ ହେବା ଆରମ୍ଭ ସୋଇଗଲାଣି । ତେବେ ତା ପୂର୍ବରୁ ପୋଲିସ ସମସ୍ତ ବେଆଇନ ବାଣ ଦୋକାନ ଉପରେ ଚଢ଼ାଉ ଜାରି ରଖିଛି । ଆଜି ଏକ ବେଆଇନ ବାଣ ଗୋଦାମ ଉପରେ ଜଗତପୁର ପୋଲିସ ଚଢ଼ାଉ କରିଥିବା ସୂଚନା ମିଳିଛି । ଚଢ଼ାଉ ବେଳେ ୩ ଜଣଙ୍କୁ ଗିରଫ କରିବା ସହ ବିପୁଳ ବାଣ ଜବତ କରିଛି । ଏହାର ଆନୁମାନିକ ମୂଲ୍ୟ ପ୍ରାୟ ୫ ଲକ୍ଷରୁ ଅଧିକ ହେବ ବୋଲି ସୂଚନା ମିଳିଛି । ତେବେ ଗିରଫ ବ୍ୟକ୍ତିମାନେ କୈଳାସ ସାମଲ, ଲକ୍ଷ୍ମୀଧର ରାଉତ ଓ ଡ୍ରାଇଭର ଦୀପକ ରାଉତ ବୋଲି ଜଣାପଡିଛି ।