Odiapua.com

ବେଆଇନ ପାର୍କିଙ୍ଗ ଯୋଗୁ ଟ୍ରକ ସହ ସ୍କୁଟି ଧକ୍କା, ଜଣେ ମୃତ, ଜଣେ ଗରୁତର

ଯାଜପୁର୨ା୧୧(ଓଡିଆ ପୁଅ/ବିରଞ୍ଚିନାରାୟଣ ପତ୍ରୀ) ପାଣିକୋଇଲି ଥାନା ଅର୍ନ୍ତତ ୧୬ ନମ୍ବର ଜାତୀୟ ରାଜପଥର ହାଟସାହି ଛକ ନିକଟରେ ଆଜି ପୂର୍ବାହ୍ଣରେ ସ୍କୁଟି ସହ ଟ୍ରକ ଧକ୍କ ହେବାରୁ ଘଟରାସ୍ଥଳେ ଜଣଙ୍କର ମୃତ୍ୟୁ ହେବା ସହ ସହଯାତ୍ରୀ ଗୁରୁତର ଆହତ ହୋଇ କଟକ ବଡ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ମୃତକ ଜଣକ କଟକ ବାଙ୍କି ଅଂଚଳର ସୁଶାନ୍ତ କୁମାର ନାୟକ (୨୮) ହୋଇଥିବା ବେଳେ ସେ ଯାଜପୁରରୋଡ ଉମାପଦାରେ ରୁହନ୍ତି। ସହଯାତ୍ରୀ ପାଣିକୋଇଲି ଥାନା ଅନ୍ତର୍ଗତ ଜେହ୍ନା ପଂଞ୍ଚାୟତର ଛୋଟରାୟପୁର ଗ୍ରାମର ସାଧ଼ୁ ଦାସଙ୍କ ପୁଅ ଶାନ୍ତନୁ(୨୫) ବୋଲି ଜଣାପଡିଛି। ପ୍ରକାଯେ ସୁଶାନ୍ତ ଓ ଶାନ୍ତନୁ ଏକ ସ୍କୁଟି ଯୋଗେ (ଓଡି୩୪ଜି ୬୨୩୩) ଯୋଗେ ଛଣ୍ଡିଖୋଲକୁ ଡ୍ରାଇଭିଙ୍ଗ ଲାଇସେନ୍ସ ପାଇଁ ଶଙ୍ଖଚିଲା ରାସ୍ତାରେ ହାଟସାହି ନିକଟରେ ଜାତୀୟ ରାଜଥକୁ ଉଠିଥିଲେ। ଜାତୀୟ ରାଜପଥ କାମ ଯୋଗୁ ୱାନ ୱେ ଓ ବେଆଇନ ପାର୍କିଂ ଆସୁଥିବା ଗାଡିକୁ ଦେଖିପାରିନଥିଲେ। ସାମ୍ନାରୁ ଏକ ଟ୍ରକ (ଓଡି୨୯ସି୨୦୩୬)ତାଙ୍କୁ ଧକ୍କା ଦେଇଥିଲା ଫଳରେ ଉଭୟେ ଗରୁତର ଆହତ ହୋଇଥିବା ବେଳେ ସୁଶାନ୍ତର ଘଟଣାସ୍ଥଳେ ମୃତ୍ୟୁ ହୋଇଥିଲା। ପୁଲିସ ପହଞ୍ଚି ସେମାନଙ୍କୁ ଯାଜପୁର ମୁଖ୍ୟ ଚିକିତ୍ସାଳୟକୁ ପଠାଇଥିଲେ ଡାକ୍ତର ସୁଶାନ୍ତକୁ ମୃତ ଘୋଷଣା କରିଥିବା ବେଳେ ଶାନ୍ତନୁକୁ ଚିକିତ୍ସା କରାଇ କଟକ ରେଫର କରିଥିଲେ। ଗାଡି ଦୁଇଟିକୁ ଜବତ କରିବା ସହ ଡ୍ରାଇଭରକୁ ଥାନାରେ ଅଟକ ରଖାଯାଇଛି।