Odiapua.com

ବେଆଇନ ଟୋଲପ୍ଲାଜା ଉଚ୍ଛେଦ ଦାବିରେ ହଜାର ହଜାର ଲୋକଙ୍କର ୪୮ ଘଣ୍ଟିଆ ୨୦ ନମ୍ବର ଜାତୀୟ ରାଜପଥ ଅବରୋଧ, ୧୪୪ ଧାରା ଜାରି

କେନ୍ଦୁଝର ୧୨-୧ (ଓଡ଼ିଆ ପୁଅ/ବିଭୂତି ଭୂଷଣ ପଟ୍ଟନାୟକ) କେନ୍ଦୁଝର ରେ ବେଆଇନ ଟୋଲପ୍ଲାଜା ଉଚ୍ଛେଦ ଦାବିରେ ଆଜି ହଜାର ହଜାର ସଂଖ୍ୟାରେ ଲୋକ ୨୦ ନମ୍ବର ଜାତୀୟ ରାଜପଥ ର ସିଲିସୁଆଁ ଠାରେ ଜାତୀୟ ରାଜପଥ କରିଛନ୍ତି। ନିୟମ ଅନୁଯାୟୀ ୨ଟି ଟୋଲପ୍ଲାଜା ମଧରେ ଅନୁନ୍ୟ ୬୦ କି.ମି ବ୍ୟବଧାନ ଏବଂ ମୁନିସପାଲିଟି ଅଂଚଳରୁ ୧୦ କି.ମି ଦୁରରେ ସ୍ଥାପନ ହେବ। କିନ୍ତୁ କେନ୍ଦୁଝରରେ ଏହି ନିୟମ ଉଲ୍ଲଘଂନ କରାଯାଇ ଟୋଲପ୍ଲାଜା ସ୍ଥାପନ କରାଯାଇଥିବା ଅଭିଯୋଗ ହୋଇଛି। ତେଣୁ ଏପରି ବେଆଇନ ଟୋଜପ୍ଲାଜା ଉଠାଇବା ଦାବିରେ ଆଜି ଶତାଧିକ ପୁରୁଷ ଓ ମହିଳା ରାଜରାସ୍ତା କୁ ଓହ୍ଲାଇଛନ୍ତି। ଟୋଲ ପ୍ଲାଜା ର ୧ କିମି ଅଞ୍ଚଳରେ ପ୍ରସାସନ ପକ୍ଷରୁ ୧୪୪ ଧାରା ଲାଗୁ କରି ଧାରଣା ଓ ରାସ୍ତା ରୋକ କୁ ଭଣ୍ଡୁର କରିବାକୁ ପ୍ରଶସନ ଉଦ୍ୟମ କରୁଥିବା ଲୋକେ ଅଭିଯୋଗ କରିଛନ୍ତି।

ଧରା ପଡିଲା କେନ୍ଦୁଝର ଜିଲ୍ଲା ପ୍ରଶାସନ ର ସହମତି ରେ ଭେଣ୍ଡର ସହାୟତାରେ ସାଧାରଣ ଲୋକ ଙ୍କଠାରୁ ଟୋଲ ନାଁ ରେ ଚାଲିଥିବା ଶୋଷଣ ର କଳା କାରନାମା। କେନ୍ଦୁଝର ରିମୁଳିରୁ ପାଣିକୋଇଲି ୧୬୦ କି.ମି ୨୦ନଂ ଜାତୀୟ ରାଜପଥ ମଧ୍ୟରେ ରହିଛି ୩ଟି ଟୋଲପ୍ଲାଜା। କେନ୍ଦୁଝର ସଦରବ୍ଲକ ବନାଯୋଡି ନିକଟରେ ଏକ ଟୋଲପ୍ଲାଜା ରହିଥିବା ବେଳେ ମାତ୍ର ୪୩ କି.ମି ପରେ ଘଟଗାଁ ବ୍ଲକ ଢେଙ୍କିକୋଟରେ ରହିଛି ଆଉ ଏକ ଟୋଲପ୍ଲାଜା। ଏହାଛଡା ବନାଯୋଡିସ୍ଥିତ ଟୋଲପ୍ଲାଜା କେନ୍ଦୁଝରଗଡ ମୁନିସିପାଲଟିଠାରୁ ମାତ୍ର ୬କି.ମି ବ୍ୟବଧାନ ରେ ରହିଛି। ତେଣୁ ଏହା ଜାତୀୟ ରାଜପଥ ନିୟମକୁ ଉଲ୍ଲଘଂନ କରାଯାଇଥିବା ଅଭିଯୋଗ ହୋଇଛି। ପୂର୍ବରି ୫୨ ଦିନ ଧରି ବନାଯୋଡିସ୍ଥିତ ଟୋଲପ୍ଲାଜାକୁ ତୁରନ୍ତ ହଟାଯିବା ଦାବିରେ ସ୍ଥାନୀୟ ଅଂଚଳର ହଜାର ହଜାର ମହିଳା ଓ ପୁରୁଷ ଓ ନିର୍ବାଚିତ ଲୋକ୍ରତିନିଧି ଟୋଲପ୍ଲାଜା ନିକଟରେ ଧାରଣା ରେ ବସିବାସ ୨୦ନଂ ଜାତୀୟରାଜପଥ କୁ ମଧ୍ୟ ଅବରୋଧକରିଥିଲେ। ସ୍ଥାନୀୟ ଲୋକ ମେଡିକାଲ,  ସ୍କୁଲ,  ବଜାର ସଉଦାପତ୍ର ସବୁଥିରେ କେନ୍ଦୁଝର ସହର ଉପରେ ନିର୍ଭର କରିଚଳୁଥିବାବେଳେ ଉକ୍ତ ରାସ୍ତାରେ ବାରମ୍ଭାର ଯିବାଆସିବା କରିଥାନ୍ତି। ପ୍ରତ୍ୟେକ କାମରେ ଟୋଲପ୍ଲାଜାରେ ଟୋଲ ଦେଇ ସାଧାରଣ ଗରୀବ ଲୋକଟିଏ ଖର୍ଚ୍ଚାନ୍ତ ହୋଉଛି। ଏପରିକି ମେଡିକାଲ କାମ ରେ ଜଣେ ଗରୀବ ବ୍ୟକ୍ତି କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଦିନରେ ୭ ଥର ଯାଇ ଗୋଟିଏ ଗେଟରେ ୫୦୦ ଟଙ୍କା ଦେବାକୁ ପଡୁଥଇବା ଅଭିଯୋଗ ହୋଇଛି। ହେଲେ ଟୋଲପ୍ଲାଜାର ଭେଣ୍ଡଙ୍କ ପ୍ରେମ ରେ ଉବୁଟୁବୁ ଜିଲ୍ଲା ପ୍ରାସାସନ କିନ୍ତୁ ଜନ ସାଧଆରଣ ଙ୍କର ନ୍ୟାର୍ଯ୍ୟ ଦାବି କୁ ବେଖାତିର କରି ଲୋକ ଙ୍କର କଥା କୁ ର୍ଭୂକ୍ଷପେ କରୁନାହିଁ ଅଧିକନ୍ତୁ ଧାରଣା ରତ ଲୋକ ଙ୍କର ବିରୁଦ୍ଧ ରେ ମିଥ୍ୟା କେଶ କରିୁଜୁ କରିଥିବା ଅଭିଯୋଗ କରିଛନ୍ତି ସଦର ବ୍ଲକ ର ଭାଇସ ଚେୟାରମ୍ୟାନ ବିଶ୍ୱନାଥ ବାରିକ ଓ କାଉନସିଲର ପ୍ରତିଭା ପଟ୍ଟନାୟକ ଓ ଏହି ଟୁଲ ଗୋଟ ସ୍ଥାନାସ୍ତରିତ ସହ ମଥ୍ୟା କେଶ ପ୍ରତ୍ୟାହାର ପାଇଁ ସେମାନେ ଦାବି ମଧ୍ୟ କରିଛନ୍ତି। ଏହା ସହ ଧାରଣା କୁ ଭଣ୍ଡୁର କିରିବାକୁ ଟୋଲ ପ୍ଲାଜା ଅଞ୍ଚଳର ୧ କି.ମି ପଯ୪୍ୟନ୍ତ ୧୪୪ ଧାରା ଜାରି କରିଥିବାରୁ ଲୋକେ ଆଜି ୧ କି.ମି ବାହାରେ ୨୦ ନମ୍ବର ଜାତୀୟ ରାଜପଥର ସିଲୁସୁଆଁ ଠାରେ ୪୮ ଘନ୍ଟିଆ ରାସ୍ତା ରୋକ କରିଛନ୍ତି। ଆହୁରି ମଧ୍ୟ କିଛି ଗାଡି ମାଲିକ ଙ୍କଠାରୁ ଟୋଲ ଗେଟ ରେ କେତେବେଳେ ୨୦ ଟଙ୍କାତ କେତେବେଳେ ୬୫ ଟଙ୍କା ନିଆଯାଉଥଇବା ଅଭିଯୋଗ ହୋଇଛନ୍ତି ଗାଡି ମାଲିକ ସୁଜିତ ଜେନା।

ଆନ୍ଦୋଳନସ୍ଥଳରେ ଶାନ୍ତିଶୃଙ୍ଖଳା ରକ୍ଷାକରିବାକୁ ବ୍ୟାପକ ପୋଲିସ ମୃତୟନ ହୋଇଥିବା କହିଛନ୍ତି ଏସ୍.ଡି.ପ.ଓ ଶ୍ରୀହର୍ଷ ମିଶ୍ର।