ଭଦ୍ରକ, ୧୩ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ବନ୍ତ ଥାନା ଅଂଚଳରେ ବେଆଇନ ଗୋ ଚାଲାଣ ରୋକିବା ନେଇ ଭଦ୍ରକସ୍ଥିତ ରାଷ୍ଟ୍ରୀୟ ସଙ୍ଗଠନ ଶ୍ରୀ ବଜରଙ୍ଗ ସେନା ପକ୍ଷରୁ ବନ୍ତ ଥାନାଧିକାରୀଙ୍କୁ ଦାବୀ ପତ୍ର ପ୍ରଦାନ କରାଯାଇଛି । ଜିଲା ସାଧାରଣ ସମ୍ପାଦକ ଚିରଞ୍ଜୀବ ନାୟକଙ୍କ ନେତୃତ୍ୱରେ ବ୍ଲକ ସଭାପତି ନିରଞ୍ଜନ ଜେନା, ଅଜୟ କୁମାର ବେଜ, ଧର୍ମେନ୍ଦ୍ର ମଲ୍ଲିକ, ପଦ୍ମନାଭ ଜେନା, ଚିନ୍ମୟ ପ୍ରଧାନଙ୍କ ସମେତ ଅନ୍ୟ କର୍ମୀ ମାନେ ଥାନାଧିକାରୀ ସୁପ୍ରକାଶ ମହାନ୍ତିଙ୍କୁ ଭେଟି ଦାବୀ ପତ୍ର ପ୍ରଦାନ କରିଛନ୍ତି । ବନ୍ତ ଥାନା ଅଂଚଳର ବିଭିନ୍ନ ସ୍ଥାନରୁ ଦୀର୍ଘ ଦିନ ହେବ ବେଆଇନ ଗୋ ଚାଲାଣ ହେଉଥିବା ବେଳେ ଏହି ଗୋଚାଲାଣକୁ କିଛି ଗୋଦଲାଲ ସହାୟତା କରୁଛନ୍ତି । ଏହି ଗୋଦଲାଲି ଓ ଗୋ ଚାଲାଣ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଶ୍ରୀ ବଜରଙ୍ଗ ସେନା ପକ୍ଷରୁ ଦାବୀ କରାଯାଇଛି ।