ଭଦ୍ରକ, ୮ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ପ୍ରତିଦିନ ଯେଉଁ ଭଳି ଭାବେ ଅତି ଅକଥନୀୟ, ଅମାନବୀୟ, ବର୍ବରତାର ସହ ନୃଶଂସ ଭାବେ ବେଧଡ଼କ ଦିବା ରାତ୍ର ଗୋମାଫିଆ ଓ ଗୋଦଲାଲ ମାନେ ଗୌମାତାଙ୍କ ବେଆଇନ ଚାଲାଣ ଓ ହତ୍ୟା ସହ ଗୌରକ୍ଷକଙ୍କ ଉପରେ ମରଣାନ୍ତକ ଆକ୍ରମଣ କରୁଛନ୍ତି ତାହା ସମସ୍ତ ହିନ୍ଦୁ ମାନଙ୍କର ଧର୍ମୀୟ ଭାବନା ଓ ଭାବାବେଗକୁ ଗଭୀର ଭାବେ କ୍ଷତାକ୍ତ କରୁଛି । ଶ୍ରୀ ବଜରଙ୍ଗ ସେନା ଏକ ରାଷ୍ଟ୍ରୀୟ ସଙ୍ଗଠନ ଯାହା ପୁରା ଭାରତ ବର୍ଷରେ ଗୌମାତା ସୁରକ୍ଷା ନିମିତ କାର୍ଯ୍ୟରତ ଅଛି । ଦୀର୍ଘ ଦିନ ହେବ ଭଦ୍ରକ ଜିଲ୍ଲାର ଅନେକ ଅଂଚଳରୁ ବେଆଇନ ଭାବେ ଗୌମାତାଙ୍କ ଚାଲାଣ ହେଉଥିବା ସହ କିଛି ଗୋଦଲାଲ ବେଆଇନ ଗୋଚାଲାଣକୁ ସହାୟତା କରୁଛନ୍ତି । ଉକ୍ତ ଗୋ ଦଲାଲ ଓ ବେଆଇନ ଗୌଚାଲାଣ ବିରୁଦ୍ଧରେ ଆଇନ୍ ଅନୁଯାଇ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ସଙ୍ଗଠନର ଜିଲ୍ଲା ସାଧାରଣ ସମ୍ପାଦକ ଚିରଞ୍ଜିବୀ ନାୟକଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ମନୋଜ କୁମାର ରାଉତଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି। ଉଲ୍ଲେଖଯୋଗ୍ୟ ନିକଟରେ ଭଦ୍ରକ ଏସପିଙ୍କ ନିର୍ଦ୍ଦେଶରେ ଗୋ ଚାଲାଣରେ ସଂପୃକ୍ତ ଗୋ ଦଲାଲଙ୍କ ଘରେ ଚଢ଼ାଉ କରି ୬ ଜଣଙ୍କୁ ଗିରଫ କରିବା ସହ ବେ ଆଇନ ଭାବେ ବ୍ୟବହୃତ ହେଉଥିବା ବିଭିନ୍ନ ମାରଣାସ୍ତ୍ର, ଅଳଙ୍କାର ଓ ଲକ୍ଷାଧିକ ଟଙ୍କା ଜବତକୁ ସଙ୍ଗଠନ ପ୍ରଶଂସା କରିଛି।