Odiapua.com

ବେଆଇନ ଖଣି ଖନନ ଅଭିଯୋଗରେ ରାଉରକେଲା ରେ କ୍ରାଇମବ୍ରାଞ୍ଚ ଟିମ୍

ରାଉରକେଲା, ୦୨/୧୧, (ଓଡ଼ିଆ ପୁଅ ପି ନାୟକ): ରାଉରକେଲା ବିଶ୍ରା ବ୍ଲକ୍ ମୋଚିକୁଦା ଗାଁରେ ଆଜି ପହଞ୍ଚିଥିଲା ରାଉରକେଲା ରେ କ୍ରାଇମବ୍ରାଞ୍ଚ ଟିମ୍। ତେବେ ଖଣି ମାଫିଆମାନେ ବେଆଇନ ଖଣି ଖନନ କରି ବିକ୍ରି କରିବା ଅଭିଯୋଗରେ କ୍ରାଇମବ୍ରାଞ୍ଚ ଟିମ୍ ସେଠାରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଖଣିକୁ ବେଆଇନ ଭାବେ ଖନନ କରି ବିକ୍ରି ମାଧ୍ୟମରେ ଲକ୍ଷ ଲକ୍ଷ ଟଙ୍କା ରୋଜଗାର କରୁଥିବା ଅଭିଯୋଗ ହୋଇଥିଲା। ଏବେ ଆରଆଇ ଓ ଫରେଷ୍ଟ ଗାର୍ଡକୁ ନେଇ ପଚରାଉଚରା କରିଛନ୍ତି କ୍ରାଇମବ୍ରାଞ୍ଚର ଡିଏସ୍‌ପି। ଜିଲ୍ଲା ପୋଲିସ ପ୍ରଶାସନ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନଥିବା ବେଳେ କ୍ରାଇମବ୍ରାଞ୍ଚ ତଦନ୍ତ ଆରମ୍ଭ କରିଛି। ସେଠାରେ ବିଭିନ୍ନ ବଡ଼ ଖଣି ମାଲିକଙ୍କଠୁ ପଚରାଉଚରା କରୁଛି କ୍ରାଇମ୍ ବ୍ରାଞ୍ଚ।