Odiapua.com

ବେଆଇନ କାଠ ବ୍ୟବସାୟ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି

ବାଲେଶ୍ୱର, ୧୨ା୧(ଓଡ଼ିଆ ପୁଅ/ଅଭୟ ଦାସ): କନଷ୍ଟେବଳ ପୁଅଙ୍କ ସହଯୋଗରେ ରେମୁଣାରେ ବାପ ଚଳାଇଥିବା ବେଆଇନ କାଠ ବ୍ୟବସାୟକୁ ନେଇ ଶ୍ରୀକୃଷ୍ଣପୁରର ଗ୍ରାମବାସୀମାନେ ଆଜି ଏସପିଙ୍କଠାରେ ଫେରାଦ ହୋଇଛନ୍ତି। ରେମୁଣା କଲେଜ ଛକ ନିକଟରେ ଆଦିବାସୀଙ୍କ ଜମି ଅଧିକାର କରି ବେଆଇନ କାଠ ମହଜୁଦ ରଖିବା ସହ ପୁଲିସର ଭୟ ଦେଖାଇ ଲୋକଙ୍କୁ ଚଢ଼ାମୂଲ୍ୟରେ ବିକ୍ରି କରୁଛନ୍ତି ବୋଲି ସେମାନେ କହିଛନ୍ତି। ଏହାକୁ ବିରୋଧ କରୁଥିବା ଗ୍ରାମବାସୀମାନଙ୍କୁ ବାପ-ପୁଅ ଗୁଣ୍ଡାଲଗାଇ ହଇରାଣ ହରକତ କରୁଥିବା ସେମାନେ ଆରୋପ ଉଠାଇଛନ୍ତି। ଜନସାଧାରଣଙ୍କୁ ମିଥ୍ୟା ମାମଲାରେ ଫସେଇ ଦେବାର ଭୟ ଦେଖାଉଥିବାରୁ ଅଭିଯୁକ୍ତଙ୍କ ବିରୋଧରେ କେହି କିଛି କହିବାକୁସାହସ କରିପାରୁନାହାନ୍ତି ବୋଲି ଗ୍ରାମବାସୀମାନେ ପ୍ରକାଶ କରିଛନ୍ତି। କନଷ୍ଟେବଳ ପରିବାରଙ୍କ ବେଆଇନ କାଠ କାରବାରକୁ ନେଇ ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶ ପାଇଥିଲେ ବି ତାଙ୍କ ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉନାହିଁ ବୋଲି ସେମାନେ କହିଛନ୍ତି। ଏନେଇ ତଦନ୍ତ ସହ ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ ଶ୍ରୀକୃଷ୍ଣପୁର ଗ୍ରାମବାସୀମାନେ ଆରକ୍ଷୀ ଅଧିକ୍ଷକ ନିକଟରେ ଦାବି କରିଛନ୍ତି। ଏନେଇ ସେମାନେ ଏକ ଦାବିପତ୍ର ଜିଲ୍ଲା ଆରକ୍ଷୀ ଅଧୀକ୍ଷକଙ୍କୁ ପ୍ରଦାନ କରିଛନ୍ତି। ଦାବିପତ୍ର ପ୍ରଦାନ ବେଳେ ପ୍ରାର୍ଥସାରଥୀ ଦାସ, ରତ୍ନାକର ଦାସ, ରାମ ସିଂ, ଦିବାକର ଦାସ ପ୍ରମୁଖ ଉପସ୍ଥିତ ଥିଲେ।