Odiapua.com

ବେଆଇନ କରତ କଳ ଉପରେ ଚଢ଼ାଉ, ପ୍ରାୟ ୩ ଲକ୍ଷ ଟଙ୍କାର ଉର୍ଦ୍ଧ କାଠ ଓ ଯନ୍ତ୍ରାଂଶ ଜବତ, ମାଲିକ ଫେରାର

ଭଦ୍ରକ, ୨୦ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ଧାମନଗର ଅଧିନ ହବିବନଗର ଠାରେ ବେଆଇନ କରତକଳ ଉପରେ ସୋମବାର ଧାମନଗର ବନ ବିଭାଗ ଚଢ଼ାଉ କରି କାଠ ଓ ଯନ୍ତ୍ରାଂଶ ଜବତ କରିଛି।ଭଦ୍ରକ ଜିଲା ଧାମନଗର ବଜାର ଠାରେ କିଛି ଦିନ ହେଲା ବେଆଇନ ଭାବେ କରତକଳ ଚାଲି ଆସୁଥିଲା। ଧାମନଗର ବନ ବିଭାଗ ସୋମବାର ସକାଳୁ ଚଢ଼ାଉ କରିଛି।୍ୱନ ବିଭାଗ ବେଆଇନ କରତ କଳ ରୁ ପୁଂଟିଆ , ଜାମୁ, ଅର୍ଜୁନ ଓ ଅନ୍ୟାନ୍ୟ କାଠ ଗଡ ଓ ଯନ୍ତ୍ରାଂଶ ଆନୁମାନିକ ମୂଲ୍ୟ ୩ ଲକ୍ଷ ଟଙ୍କାରୁ ଉର୍ଦ୍ଧ ହେବ ଜବତ କରିଛି।ଚାନ୍ଦବାଲି ଡି ଏଫ୍ ଓ ଙ୍କ ମୃତ୍ୟୁ ପରେ ଚାର୍ଜ ରେ ଥିବା ଭଦ୍ରକ ଏ ସି ଏଫ୍ ସୁମିତ କୁମାର ମହାନ୍ତି ଙ୍କ ନିର୍ଦ୍ଦେଶକ୍ରମେ ଧାମନଗର ବନବିଭାଗ ରେଞ୍ଜର ବବୁଲ ମଲିକ,ଧାମନଗର ଫରେଷ୍ଟର ବସନ୍ତ ମାଝୀ, ଭଣ୍ଡାରିପୋଖରୀ ଫରେଷ୍ଟର କୃଷ୍ଣ ଚନ୍ଦ୍ର ବାସ୍କେ ,ମଧୁସ୍ମିତା ମହାନ୍ତି,ଓ ଫରେଷ୍ଟ ଗାର୍ଡ ପୀତବାସ ଶଙ୍ଖୁଆ , ସୁହାସିନୀ ସ୍ୱାଇଁ,ପ୍ରଦୀପ କୁମାର ନାୟକ,ଲିପିକା ପ୍ରିୟଦର୍ଶନୀ ଦାସ,ଲକ୍ଷ୍ମୀ ହେମ୍ବ୍ରମ,ରେବତୀ ତ୍ରିପାଠୀ,ନିକିତା ସିଂ ଙ୍କ ସମେତ ଧାମନଗର ପୋଲିସ ସହାୟତା ରେ ଧାମନଗର ଏନ୍ ଏସି ଅଧିନ ମୁଖ୍ୟ ରାସ୍ତା ପାର୍ଶ୍ୱରେ ହବିବନଗର ଠାରେ ଚାଲୁଥିବା ବେଆଇନ କରତକଳ ଉପରେ ଚଢ଼ାଉ କରିଥିଲେ। ଜବତ କାଠ ଓ ଯନ୍ତ୍ରାଂଶର ଆନୁମାନିକ ମୂଲ୍ୟ ୩ ଲକ୍ଷ ଟଙ୍କାରୁ ଉର୍ଦ୍ଧ ହେବ ବୋଲି ରେଞ୍ଜର ବବୁଲ ମଲିକ ଙ୍କ ସୂତ୍ରରୁ ପ୍ରକାଶ। ଚଢ଼ାଉ ସମୟରେ କରତକଳ ମାଲିକ ଫେରାର ହୋଇଯାଇଥିବା ଜଣାଯାଇଛି।