ଭଦ୍ରକ, ୧୨ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ବେଆଇନ ଗୋରୁ ଚାଲାଣକୁ ବିରୋଧ। ଗୋଡ଼ାଇ ଗୋଡ଼ାଇ ଗୋରୁ ବୋଝେଇ ଗାଡ଼ିକୁ ଧରିଲେ ଗୋରକ୍ଷକ । ଭଦ୍ରକ ଗ୍ରାମାଂଚଳ ଥାନା ଅଧୀନ ବରପଦାରୁ ପିଛା କରି ପୁରୁଣା ବଜାର ଥାନା ଅଂଚଳରେ ଧରାପଡ଼ିଥିଲା ଗାଡ଼ି । ୧୦ କିଲୋମିଟର ପିଛା କରିବା ପରେ ଉକ୍ତ ଗାଡ଼ିରୁ ୧୧ଟି ଗୋରୁଙ୍କୁ ଉଦ୍ଧାର କରାଯାଇଛି । ସେଥିରୁ ୩ଟି ଗୋରୁ ପ୍ରାଣ ହରାଇଛନ୍ତି । ଘଟଣାସ୍ଥଳରୁ ଗାଡ଼ି ଡ୍ରାଇଭର ଓ ଗୋଚାଲାଣକାରୀ ଫେରାର ହୋଇଛନ୍ତି। ସୂଚନା ମୁତାବକ, ଶନିବାର ରାତିରେ ଏକ ଗାଡ଼ିରେ ବେଆଇନ ଭାବେ ଗୋରୁ ଚାଲାଣ କରାଯାଉଥିବା ବେଳେ ଗୋରକ୍ଷକ ଉକ୍ତ ଗାଡ଼ିକୁ ପିଛା କରିଥିଲେ । ପ୍ରାୟ ୧୦ କିଲୋମିଟର ପିଛା କରିବା ପରେ ଗାଡ଼ିଟିକୁ ଧାରିବାରେ ସଫଳ ହୋଇଥିଲେ । ଗୋରକ୍ଷକମାନେ ସ୍କର୍ପିଓରୁ ଗୋରୁମାନଙ୍କୁ ଉଦ୍ଧାର କରିଥିଲେ । ଗାଡ଼ିରୁ ମୋଟ ୧୧ଟି ଗୋରୁ ଉଦ୍ଧାର ହୋଇଥିବା ବେଳେ ୩ ଗୋରୁଙ୍କ ମୃତ୍ୟୁ ହୋଇଛି । ଖବର ପାଇ ପୁରୁଣା ବଜାର ପୁଲିସ ଘଟଣାସ୍ଥଳରେ ପହଂଚି ଥିଲା । ତେବେ ଉକ୍ତ ଗାଡ଼ିରେ ଏତେ ଗୋରୁ କେମିତି ବୋଝେଇ ହେଇ, ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ଏହି ଗୋରୁ ଗାଡ଼ି ଗୁଜି ଦରଡ଼ା ଅଂଚଳକୁ ଯାଉଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଛି । ପୁଲିସ ସମ୍ପୃକ୍ତ ଗାଡ଼ିକୁ ଜବତ କରିଥିବା ବେଳେ ଗୋରୁଗୁଡିକୁ ରାଣୀତାଲସ୍ଥିତ ଗୋଶାଳାରେ ଛଡାଯାଇଛି। ତେବେ ଜବତ ହୋଇଥିବା ସ୍କର୍ପିଓ ଗାଡିଟିର ନମ୍ବର ମୂଳେ ତଦନ୍ତ କରାଯାଇ ଗୋମାଫିଆମାନଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି। ଅତିରିକ୍ତ ଜିଲା ଆରକ୍ଷୀ ଅଧୀକ୍ଷକ ଅରୂପ ଅଭିଷେକ ବେହେରା।