Odiapua.com

ବୃଦ୍ଧ ବୟସରେ କ’ଣ ପାଇଁ ହୁଏନାହିଁ ନିଦ ?

ଭୁବନେଶ୍ଵର, ୦୨/୦୮, (ଓଡ଼ିଆ ପୁଅ /ପଙ୍କଜିନୀ ନାୟକ):ବୟସ ବଢିବା ସହ ଶରୀରରେ ବିଭିନ୍ନ ପ୍ରକାର ପରିବର୍ତ୍ତନ ହୋଇଥାଏ। ବିଶେଷ କରି ବୃଦ୍ଧ ବୟସରେ ଅନେକ ପ୍ରକାର ସମସ୍ୟା ଦେଖାଦେଇଥାଏ। ଯେମିତି କି ନିଦ ନହେବା। ହେଲେ କାହିଁକି ଏମିତି ହୋଇଥାଏ।

ଔଷଧ :

ବୃଦ୍ଧାବସ୍ଥାରେ ଅନେକ ରୋଗ ଘେରିନିଏ। ଯାହା ଫଳରେ ବିଭିନ୍ନ ପ୍ରକାର ଔଷଧ ଖାଇବାକୁ ପଡିଥାଏ। ଆଉ ଏହି ଔଷଧର କିଛି ପାର୍ଶ୍ବପ୍ରତିକ୍ରିୟା ଶରୀର ଉପରେ ପଡିଥାଏ। ଯାହା ଫଳରେ ନିଦ ହୋଇନଥାଏ। ତେଣୁ ଆପଣ ଯଦି ଏହି ସମସ୍ୟା ଦେଇ ଗତି କରୁଛନ୍ତି ତେବେ ଡାକ୍ତରଙ୍କ ପରାମର୍ଶ ନିଶ୍ଚୟ ନିଅନ୍ତୁ।

ଅବସାଦ :

ବୃଦ୍ଧାବସ୍ଥାରେ ସଜ୍ଞାନାତ୍ମକ କ୍ଷମତା କମ୍ ହୋଇଯାଇଥାଏ। ଯାହା ଫଳରେ ସେମାନଙ୍କ ଉପରେ ଭାବନାତ୍ମକ ଚାପ ପଡିଥାଏ। ଆଉ ସେମାନେ ଅବସାଦଗ୍ରସ୍ତ ହୋଇଯାଆନ୍ତି। ଅବସାଦରେ ନିଦ ନଆସିବା ଏକ କାରଣ।

ସୂର୍ଯ୍ୟଙ୍କ କିରଣ ନପଡିବା :

ବୃଦ୍ଧାବସ୍ଥାରେ ପ୍ରାୟ ସମସ୍ତେ ବାହାରକୁ ଯିବା କମ୍ କରିଦିଅନ୍ତି। ଯାହା ଫଳରେ ସେମାନଙ୍କ ଉପରେ ସୂର୍ଯ୍ୟଙ୍କ କିରଣ ପଡିନଥାଏ। ଏହା ପରେ Circadian Rhythm ଉପରେ ରୋକ୍ ଲାଗିଯାଏ। ଆଜି ରାତିରେ ଉଡିଯାଏ ଆଖିରୁ ନିଦ।

ଛାତିରେ ଜଳାପୋଡା ହେବା :

ଛାତିରେ ଜଳାପୋଡା କିମ୍ବା ଏସିଡିଟି ହେଲେ ବୃଦ୍ଧାବସ୍ଥାରେ ଆଖିରୁ ନିଦ ଉଡିଯାଏ। ଏଥିରୁ ରକ୍ଷା ପାଇବା ପାଇଁ ଆପଣ ସଂଧ୍ୟା ପରେ ଖାଦ୍ୟ ନଖାଇବା ଉଚିତ୍।

ଅନାବଶ୍ୟକ ପାଟିତୁଣ୍ଡ :

ଯଦି ଆପଣ ଶୋଇବାକୁ ଯାଉଛନ୍ତି ଆଉ ଆପଣଙ୍କ ପାଖ ପାଖରେ କୌଣସି ଶବ୍ଦ ହେଉଛି, ଯେମିତି କି କୁକୁର ଭୁକିବା ଏବଂ କାରର ଆଲାର୍ମ ଆଦିରେ ନିଦ ଭାଙ୍ଗିଯାଏ। ଏଥିରୁ ରକ୍ଷା ପାଇବା ପାଇଁ Noise-Canceling Plugs ବ୍ୟବହାର କରିପାରିବେ।