Odiapua.com

ବୃଦ୍ଧାଶ୍ରମ ଅନ୍ତୋବସୀଙ୍କ ସ୍ୱାସ୍ଥ୍ୟ ପରୀକ୍ଷା

ବାଲେଶ୍ୱର, ୫।୧(ଓଡ଼ିଆ ପୁଅ/ଅଭୟ ଦାସ): ସହଦେବଖୁଣ୍ଟା ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରର ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀମାନେ ଚାନ୍ଦମାରୀ ପଡ଼ିଆସ୍ଥିତ ‘ଅମୃତଧାରା ବୃଦ୍ଧାଶ୍ରମ’ର ଅନ୍ତେବାସୀଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ସହ ଔଷଧ ପ୍ରଦାନ କରିଛନ୍ତି। ଡା. ଲମ୍ବୋଦର ବଳ ଓ ସ୍ୱାସ୍ଥ୍ୟକେନ୍ଦ୍ରର ଅନ୍ୟ ସ୍ୱାସ୍ଥ୍ୟକର୍ମୀମାନେ ଅନ୍ତେବାସୀମାନଙ୍କର ରକ୍ତଚାପ, ମଧୁମେହ ପ୍ରଭୃତି ପରୀକ୍ଷା କରିଥିଲେ। ଏଥିରେ ପ୍ରାୟ ୨୦ରୁ ଊର୍ଦ୍ଧ୍ୱ ଅନ୍ତେବାସୀଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ସହ ଔଷଧ ଓ ପରାମର୍ଶ ପ୍ରଦାନ କରାଯାଇଥିଲା। କାର୍ଯ୍ୟକ୍ରମର ଆୟୋଜକ ‘ପୁନରୁଥାନ’ ସ୍ୱେଚ୍ଛାସେବୀ ସଂଗଠନର ପରମେଶ୍ୱର ବାରିକ, ରୋଗୀକଲ୍ୟାଣ ସମିତି ତରଫରୁ ସରସ୍ୱତୀ ପଣ୍ଡା, ଗୌରାଙ୍ଗ ପାଣିଗ୍ରାହୀଙ୍କ ସମେତ ଅମୃତଧାରା ବୃଦ୍ଧାଶ୍ରମର ସ୍ୱେଚ୍ଛାସେବୀମାନେ ଏହି ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ପରିଚାଳନାରେ ସହଯୋଗ କରିଥିଲେ। ସ୍ଥାନୀୟ ହସପିଟାଲର ଏତାଦୃଶ ସେବାମୂଳକ କାର୍ଯ୍ୟକୁ ସାଧାରଣରେ ଉଚ୍ଚପ୍ରଶଂସା କରାଯାଇଛି।