Odiapua.com

ବୃଦ୍ଧାଙ୍କୁ ସହାୟ ହେଲା ‘ହୋପ ଅଫ୍ ଲାଇଫ୍ ’

ରାଉରକେଲା ୧-୮ (ଓଡ଼ିଆ ପୁଅ/ସୁବୋଧ ନାୟକ) : ରାଉରକେଲା ସହର ସାରନଗରୀ ସ୍ଥିତ ଆରଏସପି ମିନି ଷ୍ଟାଡ଼ିୟମ ସମ୍ମୁଖ ରାସ୍ତାରେ ଜଣେ ୫୨ ବର୍ଷିୟା ବୃଦ୍ଧା ବିଚରଣ କରୁଥିବା ସ୍ୱେଚ୍ଛାସେବୀ ଅନୁଷ୍ଠାନ ହୋପ ଅଫ୍ ଲାଇଫ୍ ର ସଦସ୍ୟ ମାନେ ଦେଖିବାକୁ ପାଇଥିଲେ। ବୃଦ୍ଧାଙ୍କ ପରିଚୟ ଜାଣିବାକୁ ଚେଷ୍ଟା କରିବାରୁ ବୃଦ୍ଧା ଜଣଙ୍କ ତାଙ୍କ ନାଁ ଲକ୍ଷ୍ମୀ ମୁଣ୍ଡା ବୋଲି ପ୍ରକାଶ କରିବା ସହିତ ସେ ଟାଟା ଅଂଚଳର ବୋଲି ଜଣାପଡ଼ିଥିଲା। ତାଙ୍କର ପରିବାରର କେହି ନଥିବା କାରଣରୁ ସେ ଭିକ୍ଷା ମାଗି ନିଜ କ୍ଷୁଧା ନିବାରଣ କରିବା ସହ ବିଭିନ୍ନ ବସଷ୍ଟପରେ ରାତ୍ରି ଯାପନ କରନ୍ତି କରନ୍ତି ବୋଲି ଜଣାପଡ଼ିବା ପରେ ହୋପ ଅଫ୍ ଲାଇଫ୍ ର ସଦସ୍ୟ ମାନେ ଏକଜୁଟ ହୋଇ ଲକ୍ଷ୍ମୀଙ୍କୁ ରାଉରକେଲାର ଟିମ୍ବର କଲୋନୀ ନିକଟ ଶାନ୍ତି ଭବନରେ ରହିବାର ବ୍ୟବସ୍ଥା କରିଥିବା ଜଣାପଡ଼ିଛି।