Odiapua.com

ବୃଦ୍ଧଙ୍କ ଆତ୍ମହତ୍ୟା କାରଣ ଅସ୍ପଷ୍ଟ – ପୋଲିସ ତଦନ୍ତ ଆରମ୍ଭ

ବଲାଙ୍ଗୀର, ୧୯-୦୬ (ଓଡ଼ିଆ ପୁଅ/ସନ୍ତୋଷ ନାୟକ) ବଲାଙ୍ଗିର ଜିଲ୍ଲା ଟିଟଲାଗଡ଼ ସହର ର ଗୋରୁ ବଜାର ପଡ଼ାର ଜଣେ ୬୦ ବର୍ଷୀୟ ବୃଦ୍ଧ ଏକ ନିମ୍ବ ଗଛରେ ଦଉଡ଼ି ଲଗାଇ ଆତ୍ମହତ୍ୟା କରିଛନ୍ତି। ବୃଦ୍ଧ ଜଣଙ୍କର ନାମ ଗିରିଧାରୀ ସାହୁ ବୋଲି ଜଣାପଡ଼ିଛି। ସେ ବଲାଙ୍ଗିରରେ ରହୁଥିଲେ ହେଲେ କରୋନା ପାଇଁ ଟିଟିଲାଗଡ଼ ଚାଲି ଆସିଥିଲେ। ପରିବାର ସଦସ୍ୟଙ୍କ କହିବାନୁସାରେ ସେ ଗତକାଲି ରାତି ପ୍ରାୟ ୧୨ଟା ପର୍ଯ୍ୟନ୍ତ ଘରେ ଶୋଇଥିଲେ। କିନ୍ତୁ ରାତିରେ କେତେବେଳେ ଘରୁ ଯାଇ ଆତ୍ମହତ୍ୟା କରିଛନ୍ତି ସେସମ୍ପର୍କରେ କେହି ଜାଣିପାରି ନଥିଲେ। ଆଜି ସକାଳ ପ୍ରାୟ ୬ଟା ସମୟରେ ସାଇ ବାସି ନାଳ ବା ଜୋର କୁ ଗାଧୋଇବାକୁ ଯାଉଥିବା ସମୟରେ ଗଛରେ ଏକ ଶବ ଝୁଲୁଥିବା ଦେଖି ତାଙ୍କ ପରିବାରବର୍ଗଙ୍କୁ ଖବର ଦେଇଥିଲେ। ପରିବାର ସଦସ୍ୟ ଆସିବା ପରେ ଟିଟିଲାଗଡ଼ ପୁଲିସକୁ ଖବର ଦେଇଥିଲେ। ପୁଲିସ ଖବର ପାଇ ତୁରନ୍ତ ଘଟଣାସ୍ଥଳରେ ପହଁଚି ଝୁଲନ୍ତା ଶବକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠେଇଛି। କିନ୍ତୁ ଏପର୍ଯ୍ୟନ୍ତ ଆତ୍ମହତ୍ୟାର କାରଣ ସ୍ପଷ୍ଟ ଜଣା ପଡ଼ିନାହିଁ।