Odiapua.com

ବୃଦ୍ଧଙ୍କୁ ହତ୍ୟା କରି ଆତ୍ମହତ୍ୟାର ରୂପ ଦେବା ଅଭିଯୋଗ, ପୋଲିସ ତଦନ୍ତ ଆରମ୍ଭ

ବଲାଙ୍ଗୀର ୨୦-୦୬ (ଓଡ଼ିଆ ପୁଅ) : ବଲାଙ୍ଗୀର ଜିଲ୍ଲାର ତୁରେକେଲା ଥାନା ଅନ୍ତର୍ଗତ ଜାମକୀ ଗ୍ରାମରେ ଜଣେ ବୃଦ୍ଧ ବ୍ୟକ୍ତିଙ୍କୁ ହତ୍ୟା କରିବା ସହ ଆତ୍ମହତ୍ୟାର ରୂପ ଦେବାକୁ ଉଦ୍ୟମ କରିବା ଅଭିଯୋଗ ନେଇ ସ୍ଥାନୀୟ ଅଞ୍ଚଳରେ ଛାଞ୍ଚଲ୍ୟ ସୃଷ୍ଟି ହୋଇଛି। ସୂଚନା ଅନୁଯାୟୀ ତୁରେକେଲା ଥାନା ଅନ୍ତର୍ଗତ ଜାମକୀ ଗ୍ରାମର ଦଶରଥ ପୁଟେଲ ନାମକ ଜଣେ ବ୍ୟକ୍ତିଙ୍କ ଏକ ଗଛରେ ଝୁଲନ୍ତା ଅବସ୍ଥାରେ ମୃତ ଦେହ ଉଦ୍ଧାର କରାଯାଇଛି। ତୁରେକେଲା ପୋଲିସ ଘଟଣା ସ୍ଥଳରେ ପହଂଚି ଶବ ଜବତ କରି ଅଧିକ ତଦନ୍ତ ଆରମ୍ଭ କରିଥିବା ବେଳେ, ମୃତ ଦଶରଥଙ୍କ ପରିବାର ଲୋକଙ୍କ ଅଭିଯୋଗ ଅନୁଯାୟୀ ଶନିବାର ଦିନ ଦଶରଥ ପୁଟେଲ ଏବଂ ସେହି ଗାଁରେ ଆତ୍ମାଶୀତଲ ମାଝି ଗାଁରେ ବୁଲା, ବୁଲି କରିବା ସହ ଏକ ସଙ୍ଗେ ମଦ୍ୟପାନ କରିଥିଲେ। ଏ ନେଇ ଦୁଇ ଜଣ ମଦ ପିଇ ଗାଁରେ ବୁଲୁଥିବା ଦେଖିଥିବା ଗ୍ରାମବାସୀ ପ୍ରକାଶ କରିଛନ୍ତି। ଆତ୍ମାଶୀତଲ ମାଝି ଙ୍କ ପୁଅ ପୁରଣ ମାଝି ରାଜ୍ୟ ବାହାରକୁ କାମ ପାଇଁ ଯାଇଥିବା ବେଳେ ଅପରାହ୍ନରେ ଗାଁକୁ ପହଂଚିଥିଲେ। ବରୁଣ ଗାଁରେ ପହଂଚିବା ପରେ ସେ ଏବଂ ତାଙ୍କ ବାପା ଆତ୍ମାଶୀତଲ ମିଶି ଗା ଦାଣ୍ଡରେ ଦଶରଥଙ୍କୁ ଆକ୍ରମଣ କରି ମାଡ ମାରିଥିଲେ। ଏମାନଙ୍କ ମଧ୍ୟରେ ଗଣ୍ଡଗୋଳ କେଉଁ କାରଣରୁ ହୋଇଥିଲା ସେ ନେଇ ଗାଁ ଲୋକ କିଛି ଜାଣିନଥିବା ପ୍ରକାଶ କରିଛନ୍ତି।ଦଶରଥଙ୍କ ପୁଅ ମୋ ବାପାକୁ କାହିକିଁ ମାରୁଛି ବୋଲି ନିଜ ବାପାକୁ ନିଜ ଘର ନେବାକୁ ଚେଷ୍ଟା କରୁଥିବା ବେଳେ ଆତ୍ମାଶୀତଳ ଏବଂ ତାଙ୍କ ପୁଅ ବରୁଣ ଦଶରଥଙ୍କ ପୁଅକୁ ମଧ୍ୟ ମାଡ ମାରିଥିଲେ। ତେବେ ସେ ପ୍ରାଣ ବିକଳରେ ଭୟରେ ନିଜ ଘରକୁ ପଳେଇ ଯାଇଥିବା କହିଛନ୍ତି। ଦଶରଥ ରାତି ନିଜ ଘରକୁ ଫେରିନଥିବା ବେଳେ ପରିବାର ଲୋକ ବହୁତ ଖୋଜାଖୋଜି କଲେ ହେଲେ କୌଣସି ପତ୍ତା ମିଲି ନ ଥିଲା। ଅନେକ ସମୟ ପରେ ଆତ୍ମାଶୀତଳ ଙ୍କ ଘର ର ବାରିପଟେ ଥିବା ଏକ ଗଛରେ ଦଶରଥଙ୍କ ମୃତ ଦେହ ଝୁଲୁଥିବା ଦେଖିବାକୁ ମିଲିଥିଲା। ମୃତ ଦଶରଥଙ୍କ ପୁଅ ତାଙ୍କ ବାପା ଙ୍କୁ ହତ୍ୟା କରି ଗଛରେ ଟାଙ୍ଗି ଦେଇଥିବା ଅଭିଯୋଗ କରିଛନ୍ତି। ଘଟଣା ସ୍ଥଳ ର ସ୍ଥିତି ଅନୁଯାୟୀ ହତ୍ୟା ପରେ ଆତ୍ମହତ୍ୟା ର ରୁପ ଦେବାକୁ ଗଛରେ ଏକ ଦଉଡି ସାହାଯ୍ୟରେ ଦଶରଥଙ୍କୁ ଝୁଲାଇ ଦିଆଯାଇଥିବା ଗ୍ରାମବାସୀ ସନ୍ଦେହ ପ୍ରକାଶ କରିଛନ୍ତି। ପ୍ରକୃତ ରେ ଏହା ହତ୍ୟା ନା ଆତ୍ମହତ୍ୟା ଶବ ବ୍ୟବଚ୍ଛେଦ ଓ ତଦନ୍ତ ପରେ ହିଁ ଜଣା ପଡିବ ବୋଲି ତୁରେକେଲା ଥାନା ଅଧିକାରି କମଳ ଲୋଚନ ବେହେରା କହିଛନ୍ତି।