Odiapua.com

ବୃଦ୍ଧଙ୍କୁ ପଥରରେ ଛେଚି ହତ୍ୟା ଅଭିଯୋଗ

ହାଟଡ଼ିହି-୧୨/୩ (ଓଡ଼ିଆ ପୁୁୁଅ) କେନ୍ଦୁଝର ଜିଲ୍ଲା ରେ ବୃଦ୍ଧଙ୍କୁ ପଥରରେ ଛେଚି ହତ୍ୟା ଅଭିଯୋଗ ହୋଇଛି।ଏଭଳି ଅମାନବୀୟ ଘଟଣା ଘଟିଛି କେନ୍ଦୁଝର ଜିଲ୍ଲା ଘସିପୁରା ଥାନା ପୋଡାଖମଣ ମାଝିସାହିରେ।ମୃତକ ହେଲେ ରାମ ନାଇକ। ଅଭିଯୁକ୍ତ ରବି ମୁର୍ମୁ ଫେରାର୍ ଥିବା ଜଣାପଡିଛି।ସୂଚନା ଅନୁଯାୟୀ, ପୋଡାଖମଣ ମାଝିସାରିର ରବି ମୁର୍ମୁ ସେହି ସାହିର ରାମ ନାଇକଙ୍କ ଘର ସମ୍ମୁଖରେ ଅସଭ୍ୟ ଭାଷାରେ ଗାଳିଗୁଲଜ କରୁଥିଲା।ଏହାକୁ ରାମ ନାଇକ ବିରୋଧ କରିଥିଲେ।ଏହାପରେ ରବି ଉତକ୍ଷିପ୍ତ ହୋଇ ରାମ ନାଇକଙ୍କୁ ଏକ ପଥରରେ ଆକ୍ରମଣ କରିଥିଲା।ଫଳରେ ରାମ ନାଇକ ଗୁରୁତର ଆହତ ହୋଇଥିଲେ।ତୁରନ୍ତ ପରିବାର ଲୋକେ ରାମ ନାଇକଙ୍କୁ ଆନନ୍ଦପୁର ଡାକ୍ତରଖାନାରେ ଭର୍ତ୍ତି କରିଥିଲେ।ହେଲେ, ଅବସ୍ଥା ସଙ୍କଟାପନ୍ନ ହେବାରୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସ୍ଥାନାନ୍ତର କରିବା ବେଳେ ରାସ୍ତାରେ ରାମ ନାଇକଙ୍କର ମୃତ୍ୟୁ ଘଟିଥିଲା।ଏନେଇ ରାମ ନାଇକଙ୍କ ପରିବାର ତରଫରୁ ଥାନାରେ ଅଭିଯୋଗ ହେବା ପରେ ଘଷିପୁରା ପୋଲିସ୍ ଘଟଣାର ତଦନ୍ତ ଜାରି ରଖିଛି।