Odiapua.com

ବୁଲା ଗାଈଗୋରୁ ଓ ବୁଲା କୁକୁରଙ୍କ ପ୍ରାର୍ଦୁଭାବ ବଢୁଛି

ନୟାଗଡ଼ ୨୪/୦୭ (ଓଡ଼ିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ) – ନୟାଗଡ ଜିଲ୍ଲା ରଣପୁର ବିଜ୍ଞାପିତ ଅଂଚଳ ପରିଷଦ ଗଠନକୁ ୮ ବର୍ଷ ବିତି ଯାଇଛି। ବିକାଶର ଦ୍ୱାର ଦେଶରେ ରଣପୁର ବିଜ୍ଞାପିତ ଅଂଚଳ ପରିଷଦ ବିକଶିତ। କିନ୍ତୁ ବୁଲା ଗାଈ ଗୋରୁଙ୍କର ଚରାଭୂଇଁ ପାଲଟିଛି ରଣପୁର ବଡଦାଣ୍ଡ ଓ ଗଳିକନ୍ଦି। ଯାହାଫଳରେ ପ୍ରତିଦିନ ଛୋଟବଡ ଦୁର୍ଘଟଣା ଘଟୁଛି। ଅନେକ ସମୟରେ ବୁଲା ଷଣ୍ଢଙ୍କର ଆକ୍ରମଣର ଶୀକାର ହେଉଛନ୍ତି ପଥଚାରୀ। ସେହିଭଳି ଭାବରେ ବୁଲା କୁକୁରଙ୍କ ପ୍ରାର୍ଦୁଭାବ କହିଲେ ନସରେ। ଅଙ୍ଗନାବାଡି ଠାରୁ ଆରମ୍ଭ କରି ଟିୟୁସନ୍ ଯାଉଥିବା କୋମଳମତି ଶିଶୁ ମାନଙ୍କୁ କୁକୁର ଗୋଡାଇ କାମୁଡିବା ଘଟଣା ପ୍ରାୟ ସବୁଦିନ ଦେଖାଯାଏ। ମୋଟର ସାଇକେଲ ରେ ଗଲାବେଳେ ବୁଲା କୁକୁର ଆକ୍ରମଣରେ ଅନେକ ଶିକାର ହୁଅନ୍ତି। ତା ସାଙ୍ଗକୁ ପାଗଳା କୁକୁରଙ୍କ ସଂଖ୍ୟା ବହୁତ।

ଏ ସର୍ମ୍ପକେ ରଣପୁର କାର୍ଯ୍ୟନିର୍ବାହୀ ଅଧିକାରୀ ତାପଶ ବିଶି ଙ୍କୁ ଯୋଗାଯୋଗ କରିବାକୁ ଚେଷ୍ଟା କରାଯାଇଥିଲେ ମଧ୍ୟ ସେ ଫୋନ ଉଠାଇ ନଥିଲେ। ରଣପୁର ବିଜ୍ଞାପିତ ଅଂଚଳ ପରିଷଦ ଅଧକ୍ଷା ରଙ୍ଗୀନ୍ ମହାନ୍ତୀଙ୍କୁ ଯୋଗାଯୋଗ କରିବାରେ କୁହନ୍ତି ଯେ, ବୁଲା ଗୋରୁ ଗାଈ ଙ୍କ ପାଇଁ ଏକ ସରକାରୀ ଗୋଶାଳା ପ୍ରସ୍ତାବ ରହିଛି। ଖୁବଶୀଘ୍ର ଗୋଶାଳା ପ୍ରସ୍ତୁତ କରାଯିବ। ବୁଲା କୁକୁର ସର୍ମ୍ପକେ କୁହନ୍ତି ପାଗଲା କୁକୁର କାମୁଡିବା ଘଟଣା ଗୋଟିଏ ଦୁଇଟି ଅଭିଯୋଗ ଆସିଲାଣି। କୁକୁର ମାନଙ୍କୁ ଧରି ବାହାରେ ଛାଡିବା ପାଇଁ ବୈଶୟିକ ଜ୍ଞାନ ଥିବା ବ୍ୟକ୍ତି ନିଯୁକ୍ତ ହେବା ଆବଶ୍ୟକ। ଏ ନେଇ ଆଗାମୀ ପରିଷଦ ବୈଠକରେ ଆଲୋଚନା କରାଯିବ। ରାଜ ରାସ୍ତାରୁ ବୁଲା ଗାଈ ଗୋରୁ ବନ୍ଦ ଓ ବୁଲା କୁକୁରଙ୍କୁ ହଟାଇବା ପାଇଁ ପଦକ୍ଷେପ ନେବାକୁ ଜନସାଧାରଣ ଅନୁରୋଧ କରିଛନ୍ତି।