ସମ୍ବଲପୁର,୧୮/୧୦,(ଓଡ଼ିଆ ପୁଅ ପି ନାଏକ): ଆଜି ବୁର୍ଲା ଭୀମସାରରେ ସର୍ଟ ସର୍କିଟ ଯୋଗୁଁ ଅଗ୍ନିକାଣ୍ଡ ଘଟିଛି । ସୂଚନା ଅନୁସାରେ, କାର୍ଡ଼ିଓଲଜି ବିଭାଗର ନିକଟରେ ଥିବା ଜେନେରେଟରକୁ ସଂଯୋଗ କରୁଥିବାବେଳେ କେବୁଲରେ ସର୍ଟ ସର୍କିଟ ଯୋଗୁଁ ନିଆଁ ଲାଗିଛି । ତେବେ ପୁରୁଣା ତାର ଯୋଗୁଁ ଏହି ସର୍ଟ ସର୍କିଟ ହେଇଥିବା ଜଣା ପଡ଼ିଛି । ସର୍ଟ ସର୍କିଟି ପରେ ତୁରନ୍ତ ଅଗ୍ନିଶମ ବିଭାଗକୁ ଡକାଯାଇଥିଲା । ପରେ ସେମାନେ ଆସି ନିଆଁ କୁ ଆୟତ୍ତ କରିଥିଲେ । ଏହା ହେବା ଯୋଗୁଁ ସଂପୂର୍ଣ୍ଣ ହସ୍ପିଟାଲରେ ବିଦ୍ୟୁତ ସରବରାହ ବନ୍ଦ କରାଯାଇଥିଲା । ପ୍ରାୟ ୪ ଘଣ୍ଟା ଧରି ବିଦ୍ୟୁତ ସେବା ବନ୍ଦ ରହିବା ଯୋଗୁଁ ରୋଗୀ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଥିଲେ ।