Odiapua.com

ବୁର୍ଲା ଭିମସାରରେ ଜନସଚେତନତା ପାଇଁ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଦ୍ୱାରା ଦୁଇଟି ଏଲଇଡ଼ି ଡ଼ିସପ୍ଲେ ବୋର୍ଡ଼ ଉନ୍ମୋଚିତ

ସମ୍ବଲପୁର, ୧୧।୦୮ (ଓଡ଼ିଆ ପୁଅ) -ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଜନସଚେଜନତା ବୃଦ୍ଧି ତଥା ସ୍ୱାସ୍ଥ୍ୟ ସେବା ସମ୍ପର୍କିତ ସମସ୍ତ ଅପଡ଼େଟ ସୂଚନା ଲୋକଙ୍କ ନିକଟରେ ପହଞ୍ଚାଇବା ଉଦ୍ୟୋଶ୍ୟରେ ମାନ୍ୟବର ମନ୍ତ୍ରୀ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ନବକିଶୋର ଦାସଙ୍କ କେପିଟାଲ ହସପିଟାଲ ସମେତ ରାଜ୍ୟର ୯ଟି ହସପିଟାଲରେ ଏଲଇଡ଼ି ଡ଼ିସପ୍ଲେ ବୋର୍ଡ଼ ଉନ୍ମୋଚିତ କରିଛନ୍ତି। କମିଶନର କମ ସ୍ୱାସ୍ଥ୍ୟ ସଚିବ ଡା ପ୍ରମୋଦ ମେହେରର୍ଦ୍ଦା, ଜାତୀୟ ସ୍ୱାସ୍ଥ୍ୟମିଶନ ନିର୍ଦ୍ଦେଶିକା ଶ୍ରୀମତି ଶାଳିନୀ ପଣ୍ଡିତ, ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ନିର୍ଦ୍ଦେଶକ ଡା ବାରିଶ କୁମାର ଦାସଙ୍କ ସମେତ ଆନ୍ୟାନ୍ୟ ସ୍ୱାସ୍ଥ୍ୟବିଭାଗର ଅଧିକାରୀ ମାନେ ଉପସ୍ତିତ ରହିଥିଲେ। ଏହି ପରିପେକ୍ଷିରେ ବୁର୍ଲା ଭିମସାରର ଦୁଇଗୋଟି ସ୍ତାନ ବର୍ହବିଭାଗ ସମ୍ମୁଖ ଏବଂ ଅର୍ନ୍ତବିଭାଗ ପୁଲିସ ଫାଣ୍ଡି ନିକଟରେ ଦୁଇଗୋଟି ଡ଼ିସପ୍ଲେ ଡ଼ିଜିଟାଲ ବୋର୍ଡ଼ ଉଦଘାଟିତ ହୋଇଛି। ବୁର୍ଲା ଭିମସାରର ଭାରପ୍ରାପ୍ତ ନିର୍ଦ୍ଦେଶକ ପ୍ରଫେସର ବିଜୟ କୁମାର ଦତ୍ତ, ମେଡ଼ିକାଲ କଲେଜ ଅଧ୍ୟକ୍ଷ ପ୍ରଫେସର ବ୍ରଜମୋହନ ମିଶ୍ର, ହସପିଟାଲ ଅଧିକ୍ଷକ ପ୍ରଫେସର ଜୟଶ୍ରୀ ଦୋରା, ମେଡ଼ିସିନ ବିଭାଗୀୟ ମୁଖ୍ୟ ପ୍ରଫେସର ପ୍ରଦୀପ କୁମାର ମହାନ୍ତି, ସ୍ତ୍ରୀ ଓ ପ୍ରସୁତୀ ବିଭାଗୀୟ ମୁଖ୍ୟ ପ୍ରଫେସର ଲାଲମୋହନ ନାୟକ, ହସପିଟାଲର ପ୍ରଶାସନିକ ଅଧିକାରୀ ଡ଼ ସଚ୍ଚିଦାନନ୍ଦ ପାଣ୍ଡେ, ଡ଼ ଶିରିଶ ପଟେଲ, ହସପିଟାଲ ମେନେଜର କିର୍ତ୍ତିମାନ ମହନ୍ତ, ମେଟ୍ରନ କାମିନିଲତା ଦାସଙ୍କ ସମେତ ସେବିକା ବୃନ୍ଦ ତଥା କର୍ମଚାରୀ ଉପସ୍ତିତ ରହିଥିଲେ। ଏହି ଡ଼ିସପ୍ଲେ ବୋର୍ଡ଼ ମାଧ୍ୟମରେ ସ୍ୱାସ୍ଥ୍ୟସେବା ସମ୍ପର୍କରେ ଲୋକଙ୍କ ମଧ୍ୟରେ ସଚେତନତା ବୃଦ୍ଧି, ଲୋକଙ୍କର ସ୍ୱାସ୍ଥ୍ୟକୁ ପ୍ରଭାବିତ କରୁଥିବା ବ୍ୟବହାରରେ ପରିବର୍ତ୍ତନ, ସୁସ୍ଥ ରହିବା ନିମନ୍ତେ ସଠିକ ଅଭ୍ୟାସ ଗୁଡ଼ିକୁ ଅପଣେଇବା ପାଇଁ ପ୍ରୋତ୍ସାହନ, ବ୍ୟବହାର ପରିବର୍ତ୍ତନ ଦ୍ୱାରା ଜନସ୍ୱାସ୍ଥ୍ୟ ସୁରକ୍ଷା କ୍ଷେତ୍ରରେ ମିଳୁଥିବା ସୁଫଳକୁ ଲୋକଙ୍କ ନିକଟରେ ପହଞ୍ଚାଇବା, ସର୍ବସାଧାରଣଙ୍କ ନିମନ୍ତେ ଉଦ୍ଧିଷ୍ଟ ବିଭିନ୍ନ ଯୋଜନା ଓ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ପ୍ରଦାନ ଉଦେ୍ଦ୍ୟଶ୍ୟରେ ରାଜ୍ୟର ମୋଟ ୧୨ଟି ସ୍ଥାନରେ ଏହି ବୋର୍ଡ଼ ଗୁଡ଼ିକୁ ଉନ୍ମୋଚିତ କରାଯାଇଛି। ବୋର୍ଡ଼ ଗୁଡ଼ିକ ଜରିଆରେ ପ୍ରଥମ ପର୍ଯ୍ୟାୟରେ ମ୍ୟାଲେରିଆ, ଘରେ କୀଟନାଶକ ସିଞ୍ଚନ, ଏଲଏଲଆଏନ୍ ଔଷଧ ଉପଚାରିତ ମଶାରୀ ବ୍ୟବହାର, ଚେଙ୍କ, ଗର୍ଭାବସ୍ଥାର ଲକ୍ଷଣ, ସ୍ତନ୍ୟପାନ, ପରିବାର ନିୟୋଜନ, ସୁରକ୍ଷିତ ମାତୃତ୍ୱ, ଉଚ୍ଚ ରକ୍ତଚାପ, ଡ଼ାଇରିଆ, ଟିବି, ହାତଧୁଆ, ଶୌଚାଳୟ ବ୍ୟବହାର, ନିରାପଦ ଖାଦ୍ୟ ଓ ପାନିୟ ଜଳ ବ୍ୟବହାର, ତମ୍ବାଖୁ ସେବନଠାରୁ ଦୁରେଇ ରହିବା, ଚକ୍ଷୁ ଦାନ, ଏଚଆଇଭି/ଏଡ୍ ÿସ, କୁଷ୍ଠ, ଡ଼େଙ୍ଗୁ, ଡ଼ାଇବିଟିସ, ୧୦୮ ଓ୧୦୨ ଆମ୍ବୁଲାନସ, ନିରାମୟ, ଆମ କ୍ଲିନିକ, ସ୍ୱାାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କିତ ସୂଚନା ସମ୍ବଳିତ ଅଡ଼ିଓ ଭିଜୁଏଲ ସ୍ପଟ ପ୍ରଦର୍ଶିତ ହେବ ବୋଲି ଜଣାପଡ଼ିଛି।