Odiapua.com

ବୁରହାନ ଅଲ୍ଲୀ ହେଲେ ଜିଲ୍ଲା ବିଜେପି ସଂଖ୍ୟାଲଘୁ ସେଲ ସଭାପତି

କେନ୍ଦ୍ରାପଡା, ୭/୧ (ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ) – ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତିଙ୍କ ଅନୁମୋଦନକ୍ରମେ ଜିଲ୍ଲା ସଭାପତି କିଶୋର କୁମାର ପଣ୍ଡା କେନ୍ଦ୍ରାପଡା ଭାରତୀୟ ଜନତା ପାର୍ଟିର ଜିଲ୍ଲା ସଂଖ୍ୟାଲଘୁ ସେଲ ସଭାପତି ଭାବରେ ସେକ ବୁରହାନ ଅଲ୍ଲୀଙ୍କୁ ନିଯୁକ୍ତି ପ୍ରଦାନ କରାଯାଇଥିବା ସୂଚନା ଦେଇଛନ୍ତି। ଏହି ନିଯୁକ୍ତି ନିମନ୍ତେ ସେକ ଅଲ୍ଲୀ ବିଜେପିର ରାଷ୍ଟ୍ରୀୟ ଉପାଧ୍ୟକ୍ଷ ତଥା ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡା, ବରିଷ୍ଠ ବିଜେପି ନେତା ସଲୀମ ଖାନ, ରାଜ୍ୟ ସଂଖ୍ୟାଲଘୁ ସେଲ ସଭାପତି ସିକନ୍ଦର ଅଲ୍ଲୀ ଓ ଜିଲ୍ଲା ସଭାପତି ଶ୍ରୀ ପଣ୍ଡାଙ୍କୁ କୃତଜ୍ଞତା ଅର୍ପଣ କରିଛନ୍ତି। ସେକ ଅଲ୍ଲୀଙ୍କୁ ମୀର ସଲିମ, ମହମ୍ମଦ ଆଝାରୁଦ୍ଦିନ, ଜମିଲ ଅହମଦ, ସେକ ଇସଲାମ ଉଦ୍ଦିନ, ମହମ୍ମଦ ଅଜମଲ, ମୀର ସଦାମ, ସେକ ମେହେରୁଲା, ଫାୟାଜ ଖାନ ପ୍ରମୁଖ ସ୍ୱାଗତ କରିଛନ୍ତି।