Odiapua.com

ବୁଥ୍‌ସ୍ତରୀୟ ଅଧିକାରୀ ଓ ସୁପରଭାଇଜର ଙ୍କ ଜାତୀୟ ତାଲିମ ଶିବିର କାର୍ଯ୍ୟକ୍ରମ

ଭଦ୍ରକ, ୮ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲ୍ଲାପାଳ ଙ୍କ ନିର୍ଦ୍ଦେଶକ୍ରମେ ଦୁଇଦିନ ଧରି ଭଦ୍ରକ ପୌରପାଳିକା ସଭାଗୃହ ରେ ବୁଥ୍ ସ୍ତରୀୟ ଅଧିକାରୀ ଓ ସୁପରଭାଇଜର ଙ୍କ ଜାତୀୟ ତାଲିମ ଶିବିର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଭଦ୍ରକ ବିଧାନ ସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ସହରାଂଚଳରେ ସମସ୍ତ ବୁଥ୍ ସ୍ତରୀୟ ଅଧିକାରୀ ଓ ସୁପରଭାଇଜର ମାନେ ଅଂଶଗ୍ରହଣ କରିଥିଲେ । ଉକ୍ତ ତାଲିମ ଶିବିର ରେ ପୌର କାର୍ଯ୍ୟ ନିର୍ବାହୀ ଅଧିକାରୀ ତାପସ କୁମାର ସାମଲ ଏବଂ ଭଦ୍ରକ ତହସିଲ ରାଜସ୍ୱ ପରିଦର୍ଶକ ଜ୍ୟୋତିରଂଜନ ପଣ୍ଡା ଉପସ୍ଥିତ ରହି ତାଲିମ ପ୍ରଦାନ ସହ ଶିବିରଟିକୁ ସଫଳ କରିଥଲେ ।