ଭଦ୍ରକ, ୨୬ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ବାବା ସାହେବ ହରିଶାନ୍ତି ପରିବାର ଟ୍ରଷ୍ଟ ବୁଦ୍ଧବିହାର ଭଦ୍ରକ ଜିଲ୍ଲା ଓଡଙ୍ଗ ପଞ୍ଚାୟତ ବୁଡୋକପାଟଣା ଠାରେ ୭୯ ତମ ସମ୍ବିଧାନ ଦିବସ ପାଳିତ ହୋଇଯାଇଛିି । ଟ୍ରଷ୍ଟର ଅଧ୍ୟକ୍ଷ ଇଂ.ରାଜୀବ ଲୋଚନ ଜେନାଙ୍କ ଆବାହକତ୍ୱରେ ଆମ୍ବେଦକର ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ ସଭାରେ ମର୍ଡନ ସାମାଜିକ ସଂଗଠନର ଅଧ୍ୟକ୍ଷ ଦେବଦାସ ରାୟଗୁରୁ, ସମାଜସେବୀ ଗୟାଧର ଜେନା, ଟ୍ରଷ୍ଟର କୋଷାଧ୍ୟକ୍ଷ ଇଂ.ରଜନୀ ଜେନା ପ୍ରମୁଖ ସମ୍ବିଧାନର ସମାନତା, ସ୍ୱତନ୍ତ୍ରତା ଓ ଭାଇଚାରାର ନ୍ୟାୟ ଉପରେ ଆଲୋକପାତ କରିଥିଲେ । ବୈଠକରେ ପ୍ରଦୀପ ଜେନା, ଟୁକୁ ଜେନା, ଜୟଭୀମ ଜଗତ କଲ୍ୟାଣ, ଉର୍ମିଳା ଜେନା, ମହେଶ୍ୱର ସେଠୀ, ସତ୍ୟଜିତ ପାଢୀ, ପିତାମ୍ବର ଜେନା, ପ୍ରିୟଙ୍କା ପ୍ରିୟଦର୍ଶନୀ ରାଉତ, ଶ୍ୟାମସୁନ୍ଦର ଦାସ, ଶ୍ରୀକାନ୍ତ ମଣ୍ଡଳ,ସଞ୍ଜୟ ପାଳ, ବନମାଳି ବାରିକ, ଅର୍ଣ୍ଣପୂନ୍ନା ଜେନା ପ୍ରମୁଖ ବାବା ସାହେବ ଆମ୍ବେଦକରଙ୍କ ଉପରେ ବକ୍ତବ୍ୟ ରଖିଥିଲେ । ପ୍ରାରମ୍ଭରେ ବାବା ସାହେବ ଆମ୍ବେଦକର, ଦାଦା ସାହେବ କାଶିରାମ ଓ ଗୌତମ ବୁଦ୍ଧଙ୍କ ଫଟୋଚିତ୍ରରେ ମାଲ୍ୟାର୍ପଣ ଓ ତ୍ରିଶରଣ କରାଯାଇଥିଲା ।