Odiapua.com

ବୁଆଁଳ ଚାଷୀଙ୍କୁ ତୁରନ୍ତ କ୍ଷତିପୂରଣ ପ୍ରଦାନ ଦାବି

ବାଲେଶ୍ୱର, ୭ା୯(ଓଡ଼ିଆ ପୁଅ/ଅଭୟ ଦାସ) : ଲଗୁଚାପ ଜନିତ ଲଗାଣ ବର୍ଷା ଓ ବୁଢ଼ାବଳଙ୍ଗ ନଦୀ ବନ୍ୟା ଯୋଗୁଁ ବଢ଼ିପାଣିରେ ବୁଆଁଳ ପଞ୍ଚାୟତର ହଜାର ହଜାର ଏକର ଜମିର ଚାଷ ନଷ୍ଟ ହୋଇଥିଲେ ବି ସମ୍ପ୍ରତି କ୍ଷେତ୍ର ଯାଞ୍ଚ ଓ ସର୍ଭେ ପାଇଁ ଯାଉଥିବା ରାଜସ୍ୱ ନିରୀକ୍ଷକଙ୍କ କାର୍ଯ୍ୟକୁ ନେଇ ସ୍ଥାନୀୟ ଅଞ୍ଚଳର ଲୋକେ ତୀବ୍ର ଅସନ୍ତୋଷ କରିଛନ୍ତି। ଗତ ବନ୍ୟାରେ ଏକ ସପ୍ତାହରୁ ଅଧିକ ଦୀନ ବଢ଼ିପାଣି ରହିବା ଫଳରେ ଚାଷ ନଷ୍ଟ ହେଲା ଓ ବହୁ ଝାଟିମାଟି ଘର ମାଟିରେ ମିଶିଲା। ପ୍ରଶାସନ କିମ୍ବା ନିର୍ବାଚିତ ଲୋକ ପ୍ରତିନିଧିମାନେ ରିଲିଫ୍‌ରେ ମୁଠିଏ ଚୁଡ଼ାତ ଦେଲେ ନାହିଁ କିମ୍ବା ଚାଷୀଙ୍କ ଦୁଃଖ ଦୁର୍ଦ୍ଦଶା ଦେଖିବା ପାଇଁ ବି ଗଲେ ନି।ଏବେ ପାଣି ଛାଡ଼ିଯାଇଥିଲେ ବି ଜମିରେ ୮୦ ପ୍ରତିଶତ ଚାଷ ନଷ୍ଟ ହୋଇଛି। ମାତ୍ର ୫୦ ପ୍ରତିଶତରୁ ଅଧିକ କ୍ଷତି ହୋଇନଥିବା କହୁଛନ୍ତି ସର୍ଭେ କରିବାକୁ ଆସିଥିବା ନଗ୍ରମ ଆରଆଇ। ଏହାକୁ ନେଇ ଚାଷୀମାନଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି। ଜମି ମଲିକଙ୍କଠାରୁ ଭାଗରେ ଜମିନେଇ ବିଭିନ୍ନ ମାଇକ୍ରୋ ଫାଇନାନ୍ସ ସଂସ୍ଥାରୁ ଋଣନେଇ କରିଥିବା ଚାଷ ନଷ୍ଟ ହୋଇଥିବା ବେଳେ ସେମାନେ କେମିତି ପରିବାରକୁ ବଞ୍ଚେଇବେ ଏବେ ପ୍ରଶ୍ନ ହୋଇଛି। ତୁରନ୍ତ ଉଚିତ ସର୍ଭେ ସହ କ୍ଷତିପୂରଣ ବାବଦରେ ସରକାରୀ ସହାୟତା ପ୍ରଦାନ ପାଇଁ ଗ୍ରାମବାସୀମାନେ ଦାବି କରିଛନ୍ତି। ଏନେଇ ସେମାନେ କେତେକ ଗଣମାଧ୍ୟମର ପ୍ରତିନିଧିଙ୍କ ଦଷ୍ଟି ଆକର୍ଷଣ କରିବା ସହିତ ହୋଇଥିବା କ୍ଷୟକ୍ଷତି ସମ୍ପର୍କରେ ଦେଖାଇଛନ୍ତି।