Odiapua.com

ବୀର ସୁରେନ୍ଦ୍ର ସାଏ ରାଜ୍ୟ ସ୍ତରୀୟ ସମ୍ବଲପୁରୀ ନାଟକ ପ୍ରତିଯୋଗୀତା ଉଦଘାଟିତ

ସମ୍ବଲପୁର, ୨୪/୧୨ (ଓଡ଼ିଆ ପୁଅ) ସମ୍ବଲପୁରର ଯୁବ ଉଦୟନ ଅନୁଷ୍ଟାନ ପକ୍ଷରୁ ଝାଡ଼ୁଆପଡ଼ା ମଂଡ଼ପଠାରେ ଆୟୋଜିତ ୨୩ ତମ ରାଜ୍ୟ ସ୍ତରୀୟ ବୀର ସୁରେନ୍ଦ୍ର ସାଏ ସ୍ମାରକୀ ସମ୍ବଲପୁରୀ ନାଟକ ପ୍ରତିଯୋଗୀତା ଆଜି ସଂଧ୍ୟାରେ ଉଦଘାଟିତ ହୋଇଛି। ସମ୍ବଲପୁର ବିଧାୟକ ଜୟ ନାରାୟଣ ମିଶ୍ର ଏବଂ ରେଂଗାଲି ବିଧାୟକ ନାଉରୀ ଚନ୍ଦ୍ର ନାଏକ ସମ୍ମାନୀତ ଅତିଥି ରୂପେ ଯୋଗଦେଇ ପ୍ରତିଯୋଗୀତାକୁ ଆନୁଷ୍ଟାନିକ ଭାବେ ଉଦଘାଟନ କିରିଥିଲେ। ଆୟୋଜନ କମିଟୀର ସଭାପତି ସଞ୍ଜୟ କୁମାର ମିଶ୍ରଙ୍କ ସଭାପତିତ୍ୱରେ ଅନୁଷ୍ଟିତ ସଭାରେ ସାଧାରଣ ସମ୍ପାଦକ ଡ଼. ସିଦ୍ଦାର୍ଥ ପଂଡ଼ା, ଅଭିଷେକ ମିଶ୍ର ପ୍ରମୁଖ କର୍ମକର୍ତା ଉପସ୍ତିତ ଥିଲେ। ପ୍ରଥମ ରଜନୀରେ ବରଗଡ଼ କଟାପାଲି ସ୍ପେସ ଥିଏଟର ପକ୍ଷରୁ ଅରୁପ କୁମାର ସାହୁଙ୍କ ଲିଖିତ ଓ ନିର୍ଦ୍ଦେଶିତ ନାଟକ କିଛି ଗୁଟେ ମଂଚସ୍ତ ହୋଇଥିଲା। ହୀରକୁଦର ଶଦ୍ଦ ଅନୁଷ୍ଟାନର କଳାକାର ମାନେ ବିରୁପାକ୍ଷ ପ୍ରଧାନଙ୍କ ରଚିତ ଓ ନିର୍ଦ୍ଦେଶିତ ନାଟକ ଶେଫାଲି ପରିବେଷଣ କରିଥିଲେ। ଝାରସୁଗୁଡ଼ା ସୃଜନୀ ପରିଷଦର କଳାକାରମାନଙ୍କ ପକ୍ଷରୁ ପ୍ରଦୀପ ଭୈାମିକଙ୍କ ରଚିତ ଏବଂ ସନ୍ଦୀପ ଆଚାର୍ଯ୍ୟଙ୍କ ନିର୍ଦ୍ଦେଶିତ ନାଟକ ମିଷ୍ଟର ଗ୍ୟାବରିଡ଼ନ ପରିବେଶିତ ହୋଇଥିଲା। ଦ୍ୱିତୀୟ ଦିବସରେ ବେଲପାହାଡ଼ ମିରର ଥିଏଟରର ନାଟକ ସ୍ମାଇଲ ପ୍ଲିଜ, ସମ୍ବଲପୁର ପଂଡ଼ିତ ଲକ୍ଷ୍ମୀ ନାରାୟଣ ସାସ୍କୃତିକ ସଂସଦର ନାଟକ ଭାଗ ଏବଂ ସ୍ୱର ପକ୍ଷରୁ ନାଟକ ଶକୁନୀ ପରିବେଷଣ କରାଯିବ। ତୃତୀୟ ରଜନୀରେ ସୁବର୍ଣପୁର ବୀଣାପାଣି ନାଟ୍ୟ କଳା ପରିଷଦର ନାଟକ ଥ୍ରିଡ଼ି ଚୋର, ପଦମପୁର ଅବର୍ଣିଗୁଁଡ଼ା ନାଟ୍ୟ ପରିଷଦ ପକ୍ଷରୁ ନାଟକ ଗୁଟେ ଚିଠିର୍ କଥା ଓ ସମ୍ବଲପୁର ପରିଚୟ କଳାକାର ସଂଘ ପକ୍ଷରୁ ନାଟକ ବାଗଡ଼ି ପରିବେଷଣ କରାଯିବ। ଚତୁର୍ଥ ସଂଧ୍ୟାରେ ଭବାନୀପାଟଣା ଜୟ ଭୈରବୀ ସାହିତ୍ୟ କଳା ପରିଷଦର ନାଟକ ନାଟୁଆ, ପଦମପୁରର ଲୁ ଅନୁଷ୍ଟାନ ପକ୍ଷରୁ ନାଟକ ଗାଂଧୀଛକ ଓ ବରଗଡ଼ର ସମର୍ପଣ ପକ୍ଷରୁ ନାଟକ ଭଉଁରୀ ପରିବେଷ କରାଯିବ। ପଂଚମ ରଜନୀରେ ସୋହେଲା ର ଡ୍ରାମା ଚେତନା ର କଳାକାର ମାନେ ନାଟକ ରଘୁପତି ରାଘବ ରାଜାରାମ, ସମ୍ବଲପୁର ମଂଚ ନାୟକର କଳାକାର ମାନେ ନାଟକ ଭାର୍ ଏବଂ ଅଦୃଶ୍ୟ ନାଟ୍ୟ ଆଶ୍ରମର କଳାକାର ବୃନ୍ଦ ନାଟକ- ତାର ଶେଷ ଇଛା ପରିବେଷଣ କରିବେ। ୨୯ ତାରିଖ ଉଦଯାପନୀ ସଂଧ୍ୟାରେ ଝାଡ଼ଖଂଡ଼ ଜାମସେଦପୁର ସାଂସ୍କୃତିକ ମଂଚ ପକ୍ଷରୁ ହନ୍ଦୀ ନାଟକ ସମ୍ବୋଧନ ଏବଂ ପଦମପୁର ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରର ଛାତ୍ରଛାତ୍ରୀ ମାନେ ନୃତ୍ୟ ନାଟିକା ଗ୍ରାମପଥ ପରିବେଷଣ କରିବେ। ପରେ ପୁରସ୍କାର ବିତରଣ କରାଯିବ। ଚଳିତ ବର୍ଷ ସୁନ୍ଦରଗଡ଼ର ନାଟ୍ୟଶିଳ୍ପୀ ଲକ୍ଷ୍ମୀପ୍ରିୟା ପତିଙ୍କୁ ଯୁବଉଦୟନ ର ବାର୍ଷିକ ଉଦୟନ ନାଟ୍ୟ ସମ୍ମାନ ପ୍ରଦାନ କରାଯବ ବୋଲି ସୂଚନା ଦିଆଯାଇଛି। ନାଟକ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ପ୍ରତିବର୍ଷ ଏହି ପୁରସ୍କାର ପ୍ରଦାନ କରାଯାଇଥାଏ।