Odiapua.com

ବୀର ସୁରେନ୍ଦ୍ର ସାଏ ବିମାନବନ୍ଦରକୁ ପୁରିଲା ବର୍ଷେ ଡ଼ିସେମ୍ବରରୁ ସବୁ ପାଗରେ ଚଳାଚଳ କରିପାରିବ ବିମାନ

ସମ୍ବଲପୁର, ୨୨/୯ (ଓଡ଼ିଆ ପୁଅ) ଗତବର୍ଷ ଆଜିର ଦିନରେ ଉଦଘାଟିତ ଝାରସୁଗୁଡ଼ା ବୀର ସୁରେନ୍ଦ୍ର ସାଏ ବିମାନ ବନ୍ଦର ଆଜି ପ୍ରଥମ ବାର୍ଷିକ ଉତ୍ସବ ପାଳନ କରିଛି। ଏହି ଅବସରରେ ବିମାନବନ୍ଦର, ସୁରକ୍ଷା ଏବଂ ପ୍ରଶାସନର ଅଧିକାରୀ ଏଥିରେ ଯୋଗଦେଇଥିଲେ। ଏହି ଅବସରେ ବିମାନବନ୍ଦରର ନିର୍ଦ୍ଦେଶକ ସୁଦେଶ ଚୈାହାନ କହିଛନ୍ତି ଯେ, ଗତ ମାର୍ଚ୍ଚ ୩୧ ତାରିଖରେ ଏଠାରୁ ପ୍ରଥମେ ଦିଲ୍ଲୀ, କୋଲକତା ଏବଂ ହାଇଦ୍ରାବାଦୁ ସ୍ପାଇସଜେଟ ଓ ପରେ ଏଲାଏନ୍ସ ଏୟାର ଭୁବନେଶ୍ୱରକୁ ବିମାନ ସେବା ଆରମ୍ବ କରିଥିଲା। ଉଡ଼ାନ ଯୋଜନା ୩.୦ରେ ଏହି ବିମାନ ବନ୍ଦର ପାଇଁ ଚାରୋଟି କମ୍ପାନୀ ଯୋଗ୍ୟତା ହାସଲ କରିଥିଲେ। ହେଲେ ଅନ୍ୟ ଦୁଇ କମ୍ପାନୀ ବିମାନ ଚଳାଚଳ କରିନାହାଁନ୍ତି। ଗତ ୩୧ ତାରିଖ ସୁଦ୍ଦା ଏଠାରୁ ୭୮ ହଜାର ଯାତାୟତ କରିଛନ୍ତି। ଗତ ଜୁଲାଇ ମାସ ତୁଳନାରେ ଅଗଷ୍ଟ ମାସରେ ଏଥିରେ ୧୩ ପ୍ରତିଶତ ଅଭିବୃଦ୍ଦି ହୋଇଛି। ଡ଼ିଭିଓଆର ଯନ୍ତ୍ର ଖଞ୍ଜାଯିବା ଉତାରୁ ଖରାପ ପାଗ ଯୋଗୁ ଆଉ ଗୋଟିଏ ହେଲେ ବିମାନର ଗତିପଥ ପରିବର୍ତିତ ହୋଇନାହିଁ। ଏବେ ଏଠାରେ ବିମାନକୁ ୧୫ଶହ ମିଟର ପର୍ଯ୍ୟନ୍ତ ଦୃଷ୍ଟିଗୋଚର ହୋଇପାରୁଛି। ଏବେ ଭାରତୀୟ ବିମାନ ବନ୍ଦର ପ୍ରାଧୀକରଣ ପକ୍ଷରୁ ୧୩ କୋଟି ଟଙ୍କା ଅଟକଳରେ ଆଇଏଲଏସ ଯନ୍ତ୍ର ବସାଇବା ପାଇଁ କାମ ଚାଲିଛି। ଚଳିତ ବର୍ଷ ଶେଷ ସୁଦ୍ଧା ଏହା କାର୍ଯ୍ୟକ୍ଷମ ହେଲେ ଏହି ବିମାନ ବନ୍ଦରରେ ବିମାନ ଉଡ଼ାଣକୁ ଆହୁରି ସୁବିଧା ହେବ। ବିମାନ ବନ୍ଦର ପ୍ରତି ସହଯୋଗ ଦେଉଥିବାରୁ ନିର୍ଦ୍ଦେଶକ ଚୈାହାନ କୃତଜ୍ଞତା ଜଣାଇ କହିଲେ ଯେ, ବିମାନବନ୍ଦରରେ ଆହୁରି ଚାରୋଟି ପାର୍କି ଏରିଆ ନିର୍ମାଣ ପ୍ରସ୍ତାବକୁ ପ୍ରାଧୀକରଣ ମଞ୍ଜୁରୀ ପ୍ରଦାନ କରିଛନ୍ତି।