ଭଦ୍ରକ, ୨୯ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲ୍ଲା ଖଳାଗଢିଆ ଠାରେ ଶ୍ରୀ ବିନାୟକ ୟୁଥ୍ କ୍ଲବ ପକ୍ଷରୁ ବୀର ବିନାୟକ ଦାମୋଦର ସାବରକରଙ୍କ ଜନ୍ମ ଜୟନ୍ତୀ ଆନନ୍ଦ ଓ ଉତ୍ସାହର ସହ ପାଳିତ ହୋଇଯାଇଛି । ଏହି ଅବସରରେ କ୍ଲବର ସଦସ୍ୟ ମାନଙ୍କୁ ନେଇ ଗ୍ରାମ ସଫେଇ,ଛାତ୍ରଛାତ୍ରୀଙ୍କ ମଧ୍ୟରେ ବକୃତା ଓ ଚିତ୍ରାଙ୍କନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ସନ୍ଧ୍ୟାରେ ଅନୁଷ୍ଠିତ ସଭାକୁ କ୍ଲବ୍ ସଭାପତି ହିନ୍ଦୁ ଜାଗରଣ ମଂଚର ବ୍ଲକ ସଂଯୋଜକ ମଳୟ ରଞ୍ଜନ ପଣ୍ଡା ମଂଚ ସଂଯୋଜନା ସହ ବେଦପାଠ କରିଥିଲେ । ଅବସରପ୍ରାପ୍ତ ଶିକ୍ଷକ ରୋହିତ୍ କୁମାର ଜେନାଙ୍କ ସଭାପତିତ୍ୱରେ ବନ୍ତ ଥାନାଧିକାରୀ ସୁପ୍ରକାଶ ମହାନ୍ତି ବିଶିଷ୍ଟ ସ୍ୱାଧିନତା ସଂଗ୍ରାମୀ ସାବରକରଙ୍କ ଦେଶ ଓ ଜାତି ପ୍ରତି ଅବଦାନ ଉପରେ ଆଲୋକପାତ କରି ତ୍ୟାଗ, ବଳିଦାନ,ଆମ ଜାତି ପାଇଁ ଯଥେଷ୍ଟ ଥିବା ବେଳେ ସରକାର ତାଙ୍କୁ ଉଚିତ୍ ସମ୍ମାନ ଦେଇ ନଥିବା ସେ କହିଥିଲେ । ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘର ପ୍ରେମାନନ୍ଦ ବେହେରା, ହିନ୍ଦୁ ଜାଗରଣ ମଂଚର ଲକ୍ଷ୍ମଣ ମୁଣ୍ଡା, କୃଷକ ନେତା ଶଙ୍କର୍ଷଣ ଜେନା ପ୍ରମୁଖ ଅତିଥି ଭାବେ ଯୋଗଦେଇ ଦେଶ ସେବା ପାଇଁ ସେ କଳାପାଣି ଦଣ୍ଡାଦେଶ ଭୋଗ କରିଥିଲେ ବୋଲି ମତ ରଖିଥିଲେ । ଏହି ଅବସରରେ ପୂର୍ବରୁ ଅନୁଷ୍ଠିତ ବକୃତା ପ୍ରତିଯୋଗିତାର କୃତୀ ପ୍ରତିଯୋଗୀ ରାଜସ୍ମିତା ଜେନା, ସମ୍ପୂର୍ଣ୍ଣା ପଣ୍ଡା, ଅଭିଲିପ୍ସା ପାତ୍ର, ଚିତ୍ରାଙ୍କନ ପ୍ରତିଯୋଗୀତାରେ ଅଂଶୁମାନ ପାତ୍ର, ସମ୍ପୂର୍ଣ୍ଣା ପଣ୍ଡା, ହର୍ଷିତ ଶୁକ୍ଳାଙ୍କୁ ଟ୍ରଫି , ପ୍ରଶଂସାପତ୍ର ପୂର୍ବକ ପୁରସ୍କୃତ କରାଯାଇଥିଲା । କ୍ଲବର ଶୁଭପ୍ରକାଶ ମହାନ୍ତି, ସତ୍ୟଭୂଷଣ ଗାହାଣ, ଭାଗ୍ୟ ରଞ୍ଜନ ପଣ୍ଡା,ଆଶିଷ୍ ଅଂଶୁମାନ ପାତ୍ର, ଅସିତ୍ ଅଂଶୁମାନ ପାତ୍ର, ପ୍ରଭାସ ମହାନ୍ତି, ଗିରିଶ ମହାନ୍ତି, ବିକାଶ ମହାନ୍ତି, ଚିତରଞ୍ଜନ ପଣ୍ଡା, ସୁପ୍ରିୟ ଜେନା, ଗିରିଶ୍ ମହାନ୍ତି, ଦୁର୍ଯୋଧନ ଗାହାଣ, ଜଗବନ୍ଧୁ ବେହେରା, ସତ୍ୟସାଇ ଜେନା, ବିଜୟ କୁମାର ଜେନା ପ୍ରମୁଖ ବିଭିନ୍ନ କାର୍ଯ୍ୟକୁ ପରିଚାଳନା କରିଥିଲେ ।