Odiapua.com

ବି.କେ ହାଇସ୍କୁଲ ଛାତ୍ରସଂଘ ଓ ଆମ ଓଡିଶା ପକ୍ଷରୁ ରକ୍ତଦାନ ଶିବିର

ହାଟଡିହି-୩ /୧ (ଓଡିଆପୁଅ / ବିକାଶ ବିଶ୍ୱାଳ)ବି.କେ ହାଇସ୍କୁଲ ସୋସୋ ଓ ଆମ ଓଡିଶା ପକ୍ଷରୁ ଏକ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଏଥିରେ ୨୨ୟୁନିଟି ରକ୍ତ ସଂଗୃହୀତ ହୋଇଥିଲା । ଆମ ଓଡିଶା ସଂଯୋଜକ କିଶୋର ଆଚାର‌୍ୟ୍ୟଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି ଶିବିରକୁ ରମେଶ ଚନ୍ଦ୍ର ମହାନ୍ତି, ନାରାୟଣ ଚନ୍ଦ୍ର ବିଶ୍ୱାଳ, ବିକ୍ରମ କେଶରୀ ବିଶ୍ୱାଳ, ମନମୋହନ ରାଉତ ପ୍ରମୁଖ ବରିଷ୍ଠ ନାଗରିକ ମାନେ ଅତିଥି ଭାବେ ଯୋଗଦେଇ ଏହାକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ । ଭଦ୍ରକ ରକ୍ତଭଣ୍ଡାରର ଡାକ୍ତର ଶରତ କୁମାର ଆଚାର‌୍ୟ୍ୟ, ଏଲଟି ରବିନ୍ଦ୍ର ଜେନା, ଏସ.ପି ମଲ୍ଲିକ, କାଉନସିଲର ବିଜୟ କୁମାର ଖଟୁଆ, ଏସ.କେ. ବୁଧିଆ ପ୍ରମୁଖ ଯୋଗଦେଇ ରକ୍ତଦାତାଙ୍କ ଠାରୁ ରକ୍ତ ସଂଗ୍ରହ କରିଥିଲେ । ଜ୍ୟୋତି ରଞ୍ଜନ ପାଣିଗ୍ରାହୀ, ଦୀପକ କୁମାର ପାଣିଗ୍ରାହୀ, ଆଲୋକ ରାଉତ, ପ୍ରତ୍ୟୁଶ ମହାନ୍ତି, ସତ୍ୟରଞ୍ଜନ ଧଳ, ରଶ୍ମୀରଞ୍ଜନ ବେହେରା, ଜଗବନ୍ଧୁ ପାଣିଗ୍ରାହୀ, ଅନିଲ ବେହେରା ପ୍ରମୁଖ ଛାତ୍ରସଂଘର ସଦସ୍ୟମାନେ ଶିବିର ପରିଚାଳନା କରିଥିଲେ । ବେଣୁଧର ବିନ୍ଧାଣି, ସୌମ୍ୟରଞ୍ଜନ ବେହେରା, ଦେବାଶିଷ ବାରିକ, ଜୀବନ ଜ୍ୟୋତି ନାୟକ, ପ୍ରଭୂ ପ୍ରସାଦ ବେହେରା, ଦୀପକ ରଞ୍ଜନ ପାଣିଗ୍ରାହୀ, ପ୍ରଫୁଲ କୁମାର ପାଢ଼ୀ, କୈଳାଶ ପତି, ସତ୍ୟରଞ୍ଜନ ଧଳ, ଚିନ୍ମୟ ହାତୀ, ହିତେଶ କୁମାର ଭୋଇ, ଅନିଲ କୁମାର ବେହେରା, ରଘୁନାଥ ବିଶ୍ୱାଳ, ଜ୍ୟୋତିରଞ୍ଜନ ପାଣିଗ୍ରାହୀ, ପ୍ରଶାନ୍ତ ଭୂୟାଁ, ରଞ୍ଜନ ଖାଁ, ବସନ୍ତ କୁମାର ଖମାରୀ, ରାଜୀବ ଲୋଚନ ପହି, ପ୍ରତ୍ୟୁଶ ମହାନ୍ତି, ରଶ୍ମୀରଞ୍ଜନ ବେହେରା, ଆଲୋକ କୁମାର ରାଉତ, ବିପ୍ଳବ ମହାପାତ୍ର ପ୍ରମୁଖ ରକ୍ତଦାନ କରିଥିଲେ । ନୁଆବର୍ଷରେ ନୁଆ ଚିନ୍ତାଧାରା ରଖି ରାଜ୍ୟରେ ରକ୍ତ ଅଭାବକୁ ଦୁରକରିବାପାଇଁ ଗ୍ରାମାଞ୍ଚଳରେ ଏପରି ରକ୍ତଦାନ ଶିବିର କରି ଲୋକମାନଙ୍କୁ ସଚେତନତା କରାଇବା ଭଳି ଛାତ୍ରସଂଘର ଏପରି ଉଦ୍ୟମକୁ ସବୁ ମହଲରେ ପ୍ରଶଂସା କରାଯାଇଛି ।