Odiapua.com

ବିିଧାୟକଙ୍କ ଦ୍ୱାରା ମା ଧାମରାଈ ମନ୍ଦିରର ଉନ୍ନତିକରଣର ଭିତ୍ତିପ୍ରସ୍ତର ସ୍ଥାପନ

ଭଦ୍ରକ, ୪ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଓଡିଶା ସରକାରଙ୍କ ପୂର୍ତ୍ତ ବିଭାଗ ଦ୍ୱାରା ଧାମରାର ଅଧିଷ୍ଠତ୍ରୀ ଦେବୀ ମା ଧାମରାଇଙ୍କ ମନ୍ଦିରର ପାରିପାଶ୍ୱର୍କ ଉନ୍ନତି ଓ ସୌନ୍ଦଯ୍ୟିକରଣ ପାଇଁ ୧ କୋଟି ଟଙ୍କାର ବ୍ୟୟ ବରାଦ ହୋଇଥିବା ବେଳେ ଆଜି ଚାନ୍ଦବାଲି ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ଡ. ବ୍ୟୋମକେଶ ରାୟ ଏହାର ଭିତିପ୍ରସ୍ତର ସ୍ଥାପନ କରିଥିଲେ । ମନ୍ଦିର ଉନ୍ନତିକରଣ ମଧ୍ୟରେ ମା ଧାମରାଈ ପାନ୍ଥ ନିବାସରେ ଏକ ଗୃହ , ମନ୍ଦିର ପଡିଆର ବାଉଣ୍ଡାରୀ, ଶୌଚାଳୟ, ଓ ଏକ ଆକର୍ଷଣୀୟ ଫାଟକ ସହିତ ଟାଇଲ ବିଛାଇବା କାମ ଅର୍ନ୍ତଭୂକ୍ତ ଥିବା ବିଭାଗୀୟ ଯନ୍ତ୍ରୀ ସୁଚନା ଦେଇଥିବା ଜଣାଯାଇଛି । ତେବେ ସରକାରଙ୍କ ଦ୍ୱାରା ପର୍ଯ୍ୟଟନ ସ୍ଥଳୀର ମାନ୍ୟତା ପାଇ ନ ଥିଲେ ମଧ୍ୟ ପ୍ରତିଦିନ ହଜାର ହଜାର ପର୍ଯ୍ୟଟକଙ୍କ ଆଗମନ , ମା ଧାମରାଈ ମନ୍ଦିର ପରିଦର୍ଶନ ସହିତ କେନ୍ଦ୍ରାପଡାର କୁମ୍ଭୀର ପ୍ରଜଜନ କେନ୍ଦ୍ରକୁ ବୋଟ ମାଧ୍ୟମରେ ଗମନା ଗମନର ମଧ୍ୟମ ପାଲଟିଥିବା ଧାମରା , ଏସିଆ ମହାଦେଶର ବୃହତ ପଣ୍ୟବାହୀ ବନ୍ଦର ସହିତ ଅଲିଭ ଲିଡର କଇଁଚଙ୍କ ଗଣଅଣ୍ଡାଦାନ ସ୍ଥଳୀ ଗହିରମଥା ପାଇଁ ଆଜି ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛି ।

ପାରିପାଶ୍ୱର୍ିକ ଭିତିଭୂମୀ ଥାଇ ବର୍ଷ ବର୍ଷ ଧରି ଅବହେଳିତ ଥିବା ମା ଧାମରାଇଙ୍କ ମନ୍ଦିର ଏଥର ଓଡିଶା ସରକାରଙ୍କ ପୂର୍ତ ବିଭାଗ ନଜରରେ ପଡିଥିବାରୁ ମା ଧାମରାଇ ମନ୍ଦିର ନିର୍ମାଣ କମିଟ୍ ଓ ମକର ମେଳା ପରିଚାଳନା କମିଟ୍ ସଦସ୍ୟ ମାନଙ୍କ ମନରେ ଆନନ୍ଦ ଖେଳି ଯାଇଛି । ଆଜିର ଏହି ଭିତିପ୍ରସ୍ତର ସ୍ଥାପନ ଉତ୍ସବରେ ସମ୍ମାନିତ ଅତିଥି ଭାବେ ୫ ନଂ ଜୋନ ଜିଲ୍ଲାପରିଷଦ ସଭ୍ୟ ବଳଭଦ୍ର ଲେଙ୍କା, , ଧାମରା ଗ୍ରାମପଂଚାୟତ ସରପଂଚ ମଲ୍ଲୀ ମାଝୀ , ସମିତି ସଭ୍ୟ ପ୍ରିୟରଞ୍ଜନ ଜେନାଙ୍କ ସହିତ ଧାମରାର ଉଦୟୀମାନ ନେତା ତଥା ଚାନ୍ଦବାଲି ବ୍ଲକ ୨ନଂ ଜୋନର ଜିଲ୍ଲାପରିଷଦ ରଞ୍ଜନ ସାହୁ, ଧାମରା ପଂଚାୟତର ବିଜେଡି ସଭାପତି ଅଭିମନ୍ୟୁ ରାଉତ,ଚାନ୍ଦବାଲି ବ୍ଲକର ପୁର୍ବତନ ବ୍ଲକ ଅଧ୍ୟକ୍ଷ ନରେଶ ମାଝୀଙ୍କ ସହିତ ମନ୍ଦିର ପରିଚାଳନା କମିଟ୍ ର ସଦସ୍ୟ , ଜାଗୁଳା ଗ୍ରାମପଂଚାୟତର ସରପଂଚ ସୁରେଶ ସେଠୀ ଓ ୮ ପଂଚାୟତର ଆଗଧାଡିର ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗ ଦେଇଥିଲେ । ବିଧାୟକ ଧାମରା ମନ୍ଦିରର ପାରିପାଶ୍ୱର୍କ ଉନ୍ନତି ସହିତ ଧାମରା ପଂଚାୟତର ବସୁଧା ଯୋଜନାରେ ନିର୍ମିତ ପାନୀୟ ଜଳ ପ୍ରକଳ୍ପର ଦୁରାବସ୍ତା ବୁଲି ଦେଖି ଦୀର୍ଘ୍ୟ ଦିନ ଧରି ଧାମରା ପଂଚାୟତର ଲୋକେ ଭୋଗୁଥିବା ପାନୀୟ ଜଳ ସମସ୍ୟାର ସମାଧାନ କରିବେ ବୋଲି ପ୍ରତିଶୃତି ଦେଇଥିଲେ ।