Odiapua.com

ବିହାରୀ ସଂପ୍ରଦାୟର ନିଆରା ପରମ୍ପରା ଛଟ୍ ପର୍ବ, ସୂର୍ଯ୍ୟ ଅସ୍ତରୁ ଆରମ୍ଭ ହୋଇ ସୂର୍ଯ୍ୟ ଉଦୟ ପରେ ଶେଷ ହୁଏ

ମାଲକାନଗିରି, ୩ା୧୧ (ଓଡିଆ ପୁଅ )ବିହାରୀ ସଂପ୍ରଦାୟଙ୍କର ନିଆରା ଛଟ୍ ପର୍ବ ମାଲକାନଗିରି ଜିଲ୍ଲାରେ ସୂର୍ଯ୍ୟଅସ୍ତ ପରେ ଆରମ୍ଭ ହୋଇ ସୂର୍ଯ୍ୟ ଉଦୟ ପରେ ଶେଷ ହୋଇଛି। ବିଶେଷ କରି ମାଲାନକାନଗିରି ଜିଲ୍ଲାସଦର ମହକୁମା ଠାରେ ଥିବା ଶତାଧିକ ବିହାରୀ ସଂପ୍ରଦାୟର ମହିଳା ଓ ପୁରଷମାନେ ସ୍ଥାନୀୟ ବିବିଗୁଡା ପୁସ୍କରିଣୀ ଠାରେ ଏକତ୍ରୀତ ହୋଇ ଏହି ପର୍ବ ପାଳିଥିଲେ। ପରିବାର ଓ ଗ୍ରାମର ମଙ୍ଗଳ କାମନା କରି କାର୍ତିକ ମାସ ଶୁକ୍ଳଷଷ୍ଠୀରେ ଛଟ୍ ପର୍ବ କରାଯାଇଥାଏ। ଏହି ଛଟ୍ ପର୍ବ ରେ ମହିଳା ଓ ପୁରୁଷ ମାନେ ନିଷ୍ଠାର ସହିତ ତିନିଦିନ ଧରି ଉପବାସ ରହିଥାନ୍ତି। ପ୍ରଥମ ଦିବସ ସନ୍ଧ୍ୟାରେ ଅସ୍ତଗାମୀ ସୂର୍ଯ୍ୟଙ୍କୁ ଅର୍ଘ୍ୟ ଦେଇ ଜଳରେ ଉତ୍ସର୍ଗିତ କରିଥାନ୍ତି।ରାତ୍ରରେ ଭଜନ କୀର୍ତନ ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ରାତ୍ର ଉଜାଗର ରହଥାନ୍ତି, ଜିଲ୍ଲାସଦର ମହକୁମା ର ବୟସ୍କା ମହିଳା କୌଶଲ୍ୟା ଦେବୀ, ପ୍ୟାରୀଦେବୀ, ଦୀପା ସା, ପୁନମ ସା, ଅଜଂନା ସା, ମେନକା ସା, ଡ.ରତ୍ନଶେ ରଜଂନ, ବିଜୟକୁମାର ସା, ମାଙ୍ଗାସିଂ, ଲାଲସା ସିଂ, ବିବିଗୁଡା ପୁସ୍କରଣୀ ଠାରେ ଏକତ୍ରୀତ ହୋଇ ଆଖୁ ପୋତି ତାର ଚର୍ତୁପାଶ୍ୱର୍ରେ ଫୁଲ ସଜାଇ ପନିପରିବା ସହ ୨୨ପ୍ରକାର ଫଳ, ମିଷ୍ଟାନ, କାକରା, ଗୁଡ, ଖିର, ନଡିଆ, କଦଳୀ ଆଦି ବାଲ୍ୟଭୋଗ ଲଗାଇ ଧୂପ ଦୀପ ଦେଇ ଛଟ୍ ମୟାଙ୍କୁ ପୂଜା କରିଥିଲେ। ପୂଜା ପରେ ପୁସ୍କରଣୀ ଭିତରେ ଅଣ୍ଟାପର୍ଯ୍ୟନ୍ତ ପାଣିରେ ବୁଡି ଉଦୟ ହେଉଥିବା ସୂର୍ଯ୍ୟଙ୍କୁ ସମସ୍ତ ଭୋଗ ଓ ପନିପରିବା କୁ ଅର୍ଘ୍ୟ ଦେଇଥିଲେ। ଏହା ପରେ ବ୍ରତ ଭାଙ୍ଗି ପ୍ରସାଦ ପାଇବାପରେ ନିଜ ନିଜ ଘରେ ଭୋଜିଭାତ କରି ଖାଇଥିଲେ।ଏହି ଛଟ୍ ପର୍ବ ଦ୍ୱାରା ସମସ୍ତଙ୍କର ମଙ୍ଗଳ ହେବାସହିତ ଗ୍ରାମରୁ ରୋଗ ଦୂରହୋଇଥାଏ, ଏହା ଏକ ଭାଇଚାରାର ପର୍ବ, ସୂର୍ଯ୍ୟ ହେଉଛନ୍ତି ସବ ର୍ଶକ୍ତିର ଆଧାର ତେଣୁ ତାଙ୍କୁ ପୂଜାକରି ଅର୍ଘ୍ୟ ଦେଲେ ମଙ୍ଗଳ ହୋଇଥାଏ, ଛଟ୍ ମାୟା ହେଉଛନ୍ତି ସୂର୍ଯ୍ୟଙ୍କ ଭଉଣୀ ତେଣୁ ଆଗେ ଛଟ୍ ମୟାଙ୍କୁ ପୂଜା କରି ପରେ ସୂର୍ଯ୍ୟଙ୍କୁ ଅର୍ଘ୍ୟଦାନ କରାଯାଏ ବୋଲି ଉପବାସ ଧାରୀ ଖୌଶଲ୍ୟା ଦେବୀ କହିଛନ୍ତି। ପୂଜା ସମୟରେ ପୁଷ୍କରିଣୀରେ ଆଲୋକ ମାଳା ସାଜସଜ୍ଜା ସହିତ ଛୋଟ ଛୋଟପିଲାମାନେ ପୁଷ୍କରିଣୀ ପାଖରେ ଆତସବାଜି କରିଥିଲେ। ଏହି ନିଆରା ପରମ୍ପରା ପର୍ବରେ ସ୍ତ୍ରୀ ମାନଙ୍କୁ ସେମାନଙ୍କ ସ୍ୱାମୀ ସହାୟତା କରି ସେମାନେ ମଧ୍ୟ ପରିବାରର ମଙ୍ଗଳ ମନାସି ଉପବାସ କରିଥାନ୍ତି।