Odiapua.com

ବିହାରରେ ଗୋପାଳଗଞ୍ଜ ବିଧାନସଭା ଉପନିର୍ବାଚନ : ବିଜେପି ୧,୭୯୪ ଭୋଟରେ ବିଜୟୀ

ନୂଆ ଦିଲ୍ଲୀ ୬-୧୧ (ଓଡ଼ିଆ ପୁଅ) ବିଜେପି ବିଧାୟକ ସୁଭାଷ ସିଂଙ୍କ ମୃତ୍ୟୁ ପରେ ତାଙ୍କ ପତ୍ନୀ ଅର୍ଥାତ୍ ବିଜେପି ପ୍ରାର୍ଥୀ କୁସୁମ ଦେବୀ ଏହି ଉପ-ନିର୍ବାଚନରେ ବିଜୟଲାଭ କରିଛନ୍ତି। କୁସୁମ ଦେବୀ ୭୦, ୦୩୨ ଭୋଟ୍ ଦେଇଥିବାବେଳେ ଆରଜେଡିର ମୋହନ ଗୁପ୍ତା ୬୮, ୨୪୩ ପାଇଛନ୍ତି।

ଆରଜେଡି ଦ୍ବାରା ବିଜେପିର “ବି ଟିମ୍” ବୋଲି ଅଭିଯୋଗ କରାଯାଉଥିବା ଅସାଦୁଦ୍ଦିନ ଓୱାଇସିଙ୍କ AIMIM ଏବଂ ମାୟାବତୀଙ୍କ ବିଏସପି ଯଥାକ୍ରମେ ତୃତୀୟ ଏବଂ ଚତୁର୍ଥ ସ୍ଥାନରେ ଏହି ଦୁଇ ଦଳ ୨୦, ୦୦୦ ରୁ ଅଧିକ ଭୋଟ୍ ପାଇଛନ୍ତି।

ଏଠାରେ ଉଲ୍ଲେଖଯୋଗ୍ୟ, ବିଏସପି ପ୍ରାର୍ଥୀ ଇନ୍ଦିରା ଯାଦବ ହେଉଛନ୍ତି ଆରଜେଡି ସଭାପତି ଲାଲୁ ପ୍ରସାଦଙ୍କ ପତ୍ନୀ ରାବ୍ରି ଦେବୀଙ୍କ ସାନଭାଇ ସାଧୁ ଯାଦବଙ୍କ ପତ୍ନୀ। ୨୦୦୦ ରେ ସାଧୁ ଯାଦବ ଏହି ଆସନରେ ଜିତିଥିଲେ। ଇନ୍ଦିରା ଯାଦବ ବସପା ୮, ୮୫୩ ଭୋଟ ପାଇଥିବା ବେଳେ ଅସାଦୁଦ୍ଦିନ ଓୱାଇସିଙ୍କ AIMIM ଦଳରୁ ଅବଦୁଲ ସାଲମ ୧୨, ୨୧୨ ଭୋଟ ପାଇଛନ୍ତି।