Odiapua.com

ବିସ୍ଫୋରଣ ଯୋଗୁଁ ମହିଳା ଗୁରୁତର

ପୁରୀ,୧୪/୧୦,(ଓଡ଼ିଆ ପୁଅ ପି ନାଏକ): ଆଜି ପୁରୀ ବ୍ରହ୍ମଗିରୀ ଅଞ୍ଚଳରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ଧର୍ମକ୍ରୀତି  ବ୍ରିଜ ନିକଟରେ ବୋମା ବିସ୍ଫୋରଣ ଫଳରେ ଜଣେ ମହିଳା ଅତି ଗୁରୁତର ଆହତ ହୋଇଛନ୍ତି । ଫଳରେ ତାଙ୍କୁ ପୁରୀ ସଦର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ମହିଳା ଜଣଙ୍କ ଧର୍ମକ୍ରୀତି ଗାଁ ର କୁନ୍ତଳା ପରିବା ବୋଲି ଜଣାପଡିଛି । ଏବେ ସେ ସୁସ୍ଥ ରହିଥିବା ଜଣାପଡିଛି ।