Odiapua.com

ବିଷ ପିଇ ଯୁବକର ଆତ୍ମହତ୍ୟା

ବାଲିଗୁଡା ୨୭-୭ (ଓଡ଼ିଆ ପୁଅ/ସଞ୍ଜୟ ପାଣିଗ୍ରାହୀ) କନ୍ଧମାଳ ଜିଲ୍ଲା ବାଲିଗୁଡା ଥାନା ବେହେରା ସାହିରେ ଅଭାବନୀୟ ଘଟଣା ଘଟିଯାଇଛି। ବିଷ ପିଇ ଜଣେ ଯୁବକ ଆତ୍ମହତ୍ୟା କରିଛି, ହେଲେ ମୃତ୍ୟୁର କାରଣ ଜଣାପଡ଼ିନାହିଁ। ମୃତକ ବେହେରା ସାହିର ଅଭିମନ୍ୟୁ ବେହେରା ବୋଲି ଜଣାପଡ଼ିଛି। ସୂଚନା ପ୍ରକାରେ ଆଜି ସକାଳୁ ଅଭିମନ୍ୟୁ କୌଣଶି କାରଣରୁ ବିଷ ପିଇଦେଇ ଛଟପଟ ହେଉଥିଲା। ପରିବାର ଲୋକେ ଦେଖି ଗୁରୁତର ଅବସ୍ଥାରେ ଅଭିମନ୍ୟୁକୁ ବାଲିଗୁଡା ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଆଇଥିଲେ। ଡାକ୍ତରଖାନାରେ ଅଭିମନ୍ୟୁକୁ ମୃତ ଘୋଷଣା କରିଛନ୍ତି ଡାକ୍ତର। ସେପଟେ ଆତ୍ମହତ୍ୟାର କାରଣ ଖୋଜୁଛି ପୋଲିସ।