Odiapua.com

ବିଷ ପିଇ ଏମସିଏ ଛାତ୍ରୀଙ୍କ ମୃତ୍ୟୁ ଘଟଣାରେ ସାମ୍ବାଦିକ ସମ୍ମିଳନୀରେ ଝିଅ ମୃତ୍ୟୁର ନ୍ୟାୟ ମାଗିଲା ପରିବାର

ବାହାନଗା,୨୮ା୬(ଭାରତୀ ଦାସ / ଓଡ଼ିଆ ପୁଅ) ବାଲେଶ୍ୱର ଜିଲା ଖନ୍ତାପଡ଼ା ଥାନା ପଥର ପେଣ୍ଠ ପଞ୍ଚାୟତ ଶିବପୁରା ଗ୍ରାମର ଜଣେ ଯୁବତୀ ବିଷ ପିଇ ଆତ୍ମହତ୍ୟା କରିଥିବା ବେଳେ ତାର ପ୍ରେମିକ ଓ ତାର ବାପା ବିରୁଦ୍ଧରେ ଝିଅ ପରିବାର ପକ୍ଷରୁ ଥାନାରେ ଲିଖିତ ଅଭିଯୋଗ ଓ ପ୍ରେସମିଟ ଜରୀଆରେ ତାଙ୍କୁ ନ୍ୟାୟ ଦିଆ ଯାଉ ବୋଲି ଆକୁଳ ନିବେଦନ କରିଛନ୍ତି । ସୂଚନା ମୁତାବକ ଏହି ଗ୍ରାମର ନିରଞ୍ଚନ ରାଉତଙ୍କ ସାନ ଝିଅ ଜୟଶ୍ରୀ ରାଉତ (୨୨) ଏମସିଏର ଛାତ୍ରୀ । ସେ ପାଖ ଗାଁ ସାହାଜିପାଟଣା ପୂର୍ଣ୍ଣଚନ୍ଦ୍ର ସଙ୍କ ପୁଅ ରାଜେଶ ସ(୨୯)ଙ୍କ ସହ ପ୍ରେମ ସମ୍ପର୍କ ଦୀର୍ଘ ୨ବର୍ଷ ଧରି ଗଢି ଉଠିଥିଲା । । ପରେ ସମ୍ପର୍କ ଦୁଇ ଜଣଙ୍କ ଭିତରେ ନରହି ଦୁଇ ପରିବାରଙ୍କ ଭିତରକୁ ଗଲା । ଝିଅ ତାର ବାପାଙ୍କୁ ଏକଥା ଜଣାଇବା ପରେ ଝିଅର ବାପା ନିରଞ୍ଚନ ପୁଅର ବାପା ପୂର୍ଣ୍ଣଚନ୍ଦ୍ରଙ୍କୁ ଜଣାଇବା ପରେ ପୁଅର ବାପା ପୂର୍ଣ୍ଣଚନ୍ଦ୍ର ଓ ପୁଅ ରାଜେଶ ବିବାହ ପାଇଁ ରାଜି ହୋଇଥିଲେ । କିନ୍ତୁ ହଠାତ୍ ମେ୧୪ରେ ରାଜେଶର ବିବାହ ହେଉଥିବାର ଜାଣିବାକୁ ପାଇ ଜୟଶ୍ରୀ ପରିବାର ପୁଅ ବାପା ପୂର୍ଣ୍ଣଚନ୍ଦ୍ରଙ୍କୁ ପଚାରିବାରୁ ୪ଲକ୍ଷଟଙ୍କା ଓ ଚାରି ଚକିଆ ନଦେବାରୁ ସେ ଅନ୍ୟତ୍ର ବିବାହ କରାଇଥିବାର ଜୟଶ୍ରୀ ପରିବାର ଲୋକେ ପ୍ରେସ ମିଟ ଜରୀଆରେ କହିଛନ୍ତି । ଏପରିକି ଜୟଶ୍ରୀ ରାଜେଶକୁ ଏକଥା ପଚାରିବାରୁ ସେ ଧମକ ଦେବା ସହ ଅଶ୍ଳିଳ ଭିଡ଼ିଓ ଭାଇରାଲ କରିବା କଥା ଅଭିଯୋଗ କରିଛନ୍ତି । ବାହାଘର ପର ଦିନବି ରାଜେଶ ଫୋନରେ କଥା ହୋଇ ବିଭିନ୍ନ ପ୍ରକାର ମନ୍ତବ୍ୟ ଦେଇଥିଲା । ଶେଷରେ ଝିଅ ମାନସିକ ଭାରସାମ୍ୟ ହରାଇ ମେ ୧୭ରେ ରାଜେଶର ଚତୁର୍ଥୀ ଦିନ ରାତିରେ ବିଷ ପିଇ ଆତ୍ମ ହତ୍ୟା କରି ଥିବାର କହି ଥିଲେ । ଏବଂ ଏବାବରେ ଥାନରେ ଅଭିଯୋଗ ପ୍ରଥମେ ବାପା ନିରଞ୍ଜନ ଓ ପରେ ମାଆ ସୁଜାତା ଲିଖିତ ଅଭିଯୋଗ କଲେବି ପୋଲିସ ନ୍ୟାୟ ଦେଉ ନଥିବାର ସାମ୍ବାଦିକ ସମ୍ମିଳନୀରେ ପରିବାର କହିଛନ୍ତି । ଏବାବଦରେ ଖନ୍ତାପଡ଼ା ଥାନାଧିକାରୀଙ୍କୁ ପଚାରିବାରୁ ସେ କହିଛନ୍ତି ଗୋଟିଏ ୟୁଡ଼ି କେଶ ରୁଜୁ ହୋଇଛି । ତଦନ୍ତ ଜାରୀ ରହିଛି । ଆଗକୁ ତଦନ୍ତ ତ୍ୱରାନ୍ନିତ ହେବ ବୋଲି କହିଥିଲେ ।