Odiapua.com

ବିଷ୍ଣୁମୋହନ ହାଇସ୍କୁଲର ସୁବର୍ଣ୍ଣ ଜୟନ୍ତୀ ସମାରୋହ, ମଞ୍ଚସ୍ଥ ହେଲା ଚର୍ଚ୍ଚିତ ନାଟକ ‘ଆହେ ନୀଳଶଇଳ’

ଭଦ୍ରକ, ୧୬ା (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଗରଦପୁର ସ୍ଥିତ ବିଷ୍ଣୁମୋହନ ହାଇସ୍କୁଲର ସୁବର୍ଣ୍ଣ ଜୟନ୍ତୀ ସମାରୋହ ଦୁଇଦିନ ଧରି ମହାଆଡ଼ମ୍ବରରେ ବିଦ୍ୟାଳୟ ପରିସରରେ ପାଳନ କରାଯାଇଛି । ଏହି ଉତ୍ସବର ପ୍ରଥମ ଦିବସରେ ଭଦ୍ରକ ମହାବିଦ୍ୟାଳୟର ପ୍ରାକ୍ତନ ଅଧ୍ୟକ୍ଷ ଶୈଳେନ୍ଦ୍ର ମହାପାତ୍ର ଅଧ୍ୟକ୍ଷତା କରିଥିଲେ । ପ୍ରଥମ ଦିନର ଅତିଥି ଭାବେ ଭଦ୍ରକର ମାନ୍ୟବର ସାଂସଦ ମଞ୍ଜୁଲତା ମଣ୍ଡଳ, ଭଦ୍ରକ ବିଧାୟକ ସଞ୍ଜିବ କୁମାର ମଲ୍ଲିକ, ଧାମନଗରର ପୂର୍ବତତନ ବିଧାୟକ ମୁକ୍ତିକାନ୍ତ ମଣ୍ଡଳ, ଭଦ୍ରକ ଜିଲ୍ଳାପାଳ ସିଦ୍ଧେଶ୍ୱର ବଳିରାମ ବୋନ୍ଦର, ଜିଲ୍ଲାଶିକ୍ଷାଧିକାରୀ ଅକ୍ରୁର ଚରଣ ବାରିକ, ଶୁତିସ୍ମିତା ପୃଷ୍ଟି ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ମୀନାରାଣି ପଣ୍ଡା ପ୍ରମୁଖ ଯୋଗ ଦେଇ ସୁବର୍ଣ୍ଣ ଜୟନ୍ତୀର ଆଭିମୁଖ୍ୟ ସମ୍ପର୍କରେ ବକ୍ତବ୍ୟ ରଖିଥିଲେ । ଏହି ଅବସରରେ ବିଦ୍ୟାଳୟର ପ୍ରତିଷ୍ଠାତା ଭାବଗ୍ରାହୀ ମିଶ୍ର ଏବଂ ଅନ୍ୟତମ ପ୍ରତିଷ୍ଠାତା ସ୍ୱର୍ଗତ ବିଷ୍ଣୁମୋହନ ମହପ।।ତ୍ରଙ୍କ ସହଧର୍ମିଣୀ ଶେଫାଳିକା ମହାପାତ୍ରଙ୍କ ସମତେ ଅବସରପ୍ରାପ୍ତ ଶିକ୍ଷକ, ପ୍ରଧାନ ଶିକ୍ଷକ ଓ କର୍ମକର୍ତ୍ତା ଶିକ୍ଷକମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଛାତ୍ରଛାତ୍ରୀଙ୍କ ଦ୍ୱାରା ସାଂସ୍କୃତି କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା ।

ଦ୍ୱିତୀୟ ଦିବସ ସମାରୋହରେ ଅତିଥି ଭାବେ ରେଭେନ୍‌ସା ବିଶ୍ୱବିଦ୍ୟାଳୟର କୁଳପତି ଡ. ସଞ୍ଜୟ କୁମାର ନାୟକ, ପ୍ରାକ୍ତନ ପ୍ର୍ରାଧ୍ୟାପକ ଡ. ବ୍ରଜମୋହନ ମିଶ୍ର, ଭଦ୍ରକ ଜିଲ୍ଲା ଭୁ-ଅର୍ଜନ ଅଧିକାରୀ କାର୍ତ୍ତିକନାଥ ମଣ୍ଡଳ, ଡାକ୍ତର ପ୍ରଦୀପ ନାୟକ, ସିଟି ଡିଏସ୍‌ପି ଅଂଶୁମାନ ଦ୍ୱିବଦେୀ, ସମାଜସେବୀ ସାଇ ଶେଖର ମହାପାତ୍ର, ନଳିନୀକାନ୍ତ ମହାନ୍ତି ଯୋଗ ଦେଇ ଗରଦପୁରର ଐତିହ ସମ୍ପର୍କରେ ଆଲୋକପାତ କରିଥିଲେ । ରାମଚନ୍ଦ୍ର କର, ଲକ୍ଷ୍ମଣ କୁମାର ମହାନ୍ତି, ପଣ୍ଡିତ ବିଜୟ ଅଗସ୍ତି, ପ୍ରଫୁଲ୍ଲ ଦାସ, ହୃଷିକେଶ ମହାନ୍ତି, ପ୍ରଦ୍ୟୋତ୍ତନ ସୁଆର, ରବିନାରାୟଣ ଜେନା ଆଦିଙ୍କ ପରିଚାଳନାରେ ଏହି ସମାରୋହ ଅନୁଷ୍ଠିତ ହୋଇଥିଲା । ଦ୍ୱିତୀୟ ସନ୍ଧ୍ୟାରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ସହ ଐତିହାସିକ ନାଟକ ‘ଆହେ ନୀଳଶଇଳ’ ମଞ୍ଚସ୍ଥ ହୋଇଥିଲା । ଏହି ନାଟକଟି ରାଜ୍ୟର ବିଭିନ୍ନ ସଂସ୍ଥା ମଞ୍ଚସ୍ଥ କରି ଆସୁଥିଲା ବେଳେ ଏହା ପୂର୍ବତନ ଛାତ୍ରଛାତ୍ରୀଙ୍କ ଦ୍ୱାରା ପରିବେଷଣ କରାଯାଇଥିଲା । ଯାହାର ନିର୍ଦ୍ଦେଶନା ଦେଇଥିଲେ ପୂର୍ବତନ ଛାତ୍ର ପ୍ରଦ୍ୟୋତ୍ତନ ସୁଆର । ନାଟକର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ କବି ବିଜୟ ବହଳୀ, ସରୋଜ ସିଂ, ପୀତବାସ ବହଳୀ, ସିବୁନ୍ ଅଗସ୍ଥି, ନିହାର ରଂଜନ ସିଂ, ଚିନ୍ମୟ ସାହୁ, ପିନାକ ପଣ୍ଡା, ଅଶୋକ ସାହୁ, କମଳାକାନ୍ତ ଯେନା, ଅଜିତ ଦାସ, ରାଜେଶ ମହାନ୍ତି, ଅଭିରାମ ସାହୁ, ଉତ୍ତମ ସାହୁ, ଚକ୍ରଧର ତ୍ରିପାଠୀ, ସ୍ନେହରଂଜନ ମାଝୀ, ସିବନ ସେନାପତି, ରୂପରଂଜନ ଅଗସ୍ଥ ଓ ବଳରାମ ଯେନା । ଏହି ନାଟକ ଦର୍ଶକମାନଙ୍କ ଦ୍ୱାରା ବେଶ୍ ପ୍ରଶଂସିତ ହୋଇଥିଲା । ଶେଷରେ ଆଲୁମିନି ସଭାପତି ଧନ୍ୟବାଦ ଅର୍ପଣ କରିଥିଲେ ।