Odiapua.com

ବିଷ୍ଣୁପୁର ପଞ୍ଚାୟତରେ ବିଜେପିର ଜନସମ୍ପର୍କ ଯାତ୍ରା ଓ ମିଶ୍ରଣ ପର୍ବ

ଭଦ୍ରକ, ୧୭ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ଭଣ୍ଡାରିପୋଖରୀ ବ୍ଲକ ଅନ୍ତର୍ଗତ ବିଷ୍ଣୁପୁର ପଞ୍ଚାୟତରେ ବିଜେପି ପକ୍ଷରୁ ଜନସମ୍ପର୍କ ଯାତ୍ରା ଆଜି ଅନୁଷ୍ଠିତ ହୋଇଯାଇଛି । ଏଥିରେ ଦଳର ନିର୍ବାଚନମଣ୍ଡଳୀ ନେତା ବଦ୍ରୀନାରାୟଣ ଧଳ ମୁଖ୍ୟଅତିଥି ଭାବେ ଯୋଗଦେଇ ଦଳର ନୀତି ଆଦର୍ଶକୁ ପାଥେୟ କରି ଆଗାମୀ ପଞ୍ଚାୟତ ନିର୍ବାଚନରେ ସଫଳତା ହାସଲ କରିବାକୁ ଆହ୍ୱାନ ଦେଇଥିଲେ ।ପଞ୍ଚାୟତ ଶକ୍ତିକେନ୍ଦ୍ର ପ୍ରମୁଖ ପୂର୍ଣ୍ଣଚନ୍ଦ୍ର ଖିଲାରଙ୍କ ନେତୃତ୍ୱରେ ଅନ୍ୟମାନଙ୍କ ମଧ୍ୟରେ ମଣ୍ଡଳ ସଭାପତି ଗିରିଶ ସାମଲ, ଜିଲ୍ଲା ଉପସଭାପତି ଜଗବନ୍ଧୁ ଦାସ, ଡା ରବିନ୍ଦ୍ର ପଣ୍ଡା, ସୁରେଶ ସାମଲ, ରାମଚନ୍ଦ୍ର ରାଉତ, ବିଦ୍ୟାଧର ସେଠୀ, ତପନ ପାତ୍ର, ଅକ୍ଷୟ ମହାନ୍ତି, ପ୍ରତାପ ଦ୍ୱିବେଦୀ, ଜୟକୃଷ୍ଣ ନାୟକ, ତପନ ପାତ୍ର, ବିଜୟ ବେହେରା, ବୈରାଗୀ ବେହେରା, ସୁରେନ୍ଦ୍ର ନାୟକ, ମହେଶ୍ୱର ରାଉତ, ପୂର୍ଣ୍ଣଚନ୍ଦ୍ର ସେଠୀ, ମନୋରଞ୍ଜନ ପାତ୍ର, ପ୍ରଦୀପ ଜେନା ପ୍ରମୁଖ ବହୁ ପଞ୍ଚାୟତସ୍ତରୀୟ ନେତା ଓ କର୍ମୀମାନେ ସ୍ଥାନୀୟ ଚିଙ୍ଗୁଡିଶୁଣୀ ମନ୍ଦିରରେ ପୂଜାର୍ଚ୍ଚନା କରି ଯାତ୍ରା ଆରମ୍ଭ କରିଥିଲେ । ହସନପୁର, ଗୋପାଳପୁର, ଆଦମପୁର, ବାଳିଚତିରି, ବିଷ୍ଣୁପୁର, ବଡରାମପୁର ଆଦି ଗ୍ରାମକୁ ମୋଟରସାଇକେଲ ଯାତ୍ରାରେ ଯାଇ ନେତାମାନେ ଜନସମସ୍ୟା ସମ୍ପର୍କରେ ଅନୁଧ୍ୟାନ କରିଥିଲେ । ଏହି ଅବସରରେ ବହୁ କର୍ମୀ ଦଳରେ ଯୋଗଦେଇଥିଲେ । ଦଳ ପକ୍ଷରୁ ନବାଗତଙ୍କୁ ସ୍ୱାଗତ କରାଯାଇଥିଲା ।