ଭଦ୍ରକ, ୫ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ଧାମନଗର ଥାନା ଅଧୀନ ୧୬ ନଂ ଜାତୀୟପଥ ବିଷ୍ଣୁପୁର ଛକରେ ନିର୍ମାଣ ଧୀନ ଫ୍ଲାଏ ଓଭର ବ୍ରୀଜର ପ୍ରୋଟେକସନ ସ୍ଲାବ ଖସି ଜଣେ ୮ ବର୍ଷର ନାବାଳିକାର ମୃତ୍ୟୁ ଘଟିଛି। ଏହି ଘଟଣା ରବିବାର ସଂଧ୍ୟା ରେ ଘଟିଛି। ବେନ୍ତଲ ଗ୍ରାମନିବାସୀ ଭଜହରି ମଲ୍ଲିକଙ୍କ ୧୩ ବର୍ଷର ନାବାଳିକା କନ୍ୟା କବିତା ଲୋକାଲ ରୁଟ୍ରେ ଟ୍ୟୁସନରୁ ଘରକୁ ଫେରୁଥିବା ସମୟରେ ଜେସିବି ସାହାଯ୍ୟରେ ନିର୍ମାଣ ହେଉଥିବା ଫ୍ଲାଏ ଓଭରବ୍ରିଜ୍ର ପ୍ରୋଟେକସନ୍ ୱାଲ ତାଙ୍କ ଉପରେ ଖସିପଡିଥିଲା। ଫଳରେ ଉତ୍ୟକ୍ତ ଲୋକେ ନିର୍ମାଣ କାମ ପାଇଁ ବ୍ୟବହୃତ ଜେସିବିକୁ ଜାଳିଦେବା ସହ ମୃତ ନାବାଳିକାର ଶବ ରଖି ରାସ୍ତା ରୋକ କରିଥିଲେ। ଫଳରେ ୧୬ ନମ୍ବର ଜାତୀୟ ରାଜପଥ ଊଭୟ ପଟରେ ଗାଡି ଚଳାଚଳ ବନ୍ଦ ରହିଛି । ଖବର ପାଇ ଧାମନଗର ପୋଲିସ ଘଟଣା ସ୍ଥଳ ରେ ପହଂଚି ଧାରଣା ରେ ବସିଥିବା ଲୋକ ଙ୍କୁ ବୁଝାସୁଝା କରିଛନ୍ତି। ଘଟଣା ସ୍ଥଳରେ ପୋଲିସ ମୁତୟନ ରହିଛନ୍ତି । ସୁଚନା ଥାଉକି ଦୀର୍ଘ୍ ଦିନ ହେବ ଫ୍ଲାଏ ଓଭରବ୍ରିଜ୍ଟିର ଏହି କାର୍ଯ୍ୟ ବନ୍ଦ ରହିଥିବାବେଳେ ଏବେ ମନ୍ଥର ଗତିରେ ନିମ୍ନ ମାନର କରାଯାଉଛି। ତେବେ ଏହି କାର୍ଯ୍ୟ କରାଯାଉଥିବା ସମୟରେ ତଳେ ଯାଇଥିବା ଲୋକାଲ ରୁଟ୍ଟିକୁ ବିଭାଗୀୟ କର୍ତୃପକ୍ଷ ଉଭୟପାଶ୍ୱର୍ରୁ ବନ୍ଦ ରଖିନଥିବାରୁ ଏଭଳି ଦୁଃଖଦ ଘଟଣା ଘଟିଛି ବୋଲି ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି।