Odiapua.com

ବିଷ୍ଣୁପୁରସ୍ଥିତ ଗଳାପୋଲ ସଂପ୍ରସାରଣ ନିମନ୍ତେ ମଂଜୁରୀ ପ୍ରଦାନ କରିଥିବାରୁ କେନ୍ଦ୍ର ସରକାରଙ୍କୁ ଧନ୍ୟବାଦ : ମହାବୀର ଆଞ୍ଚଳିକ ବିକାଶ ପରିଷଦ

ଭଦ୍ରକ, ୬ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ମହାବୀର ଆଞ୍ଚଳିକ ବିକାଶ ପରିଷଦ ବିଷ୍ଣୁପୁର ସଂପାଦକ ଡ଼ାକ୍ତର ରବୀନ୍ଦ୍ର କୁମାର ପଣ୍ଡାଙ୍କ ଦ୍ୱାରା ବିଷ୍ଣୁପୁରଛକ ଠାରେ ଥିବା ଗଳାପୋଲର ସଂପ୍ରସାରଣ ନିମନ୍ତେ ଗତ ତା-୧୪.୦୭.୨୦୨୧ ରିଖ ଚିଠି ସଂଖ୍ୟା-୮/୨୧ ମାନ୍ୟବର ଜିଲ୍ଲାପାଳ ମହୋଦୟଙ୍କୁ ଗ୍ରାମବାସୀଙ୍କ ଦ୍ୱାରା ଦସ୍ତଖତ ଥିବା ଏକ ଲିଖିତ ଅଭିଯୋଗ କରିଥିଲେ । ତତ୍ ସଂଗେ ସଂଗେ ବିଭିନ୍ନ ତାରିଖରେ ଏବଂ ବିଭିନ୍ନ ଚିଠି ଦ୍ୱାରା ମାନ୍ୟବର କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀ ନିତିନ ଗଡ଼କରୀ ଜୀ, ମାନ୍ୟବର କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟୋଗିକ କେନ୍ଦ୍ରମନ୍ତ୍ରୀ ଧମେନ୍ଦ୍ର ପ୍ରଧାନ, ମାନ୍ୟବର ଜଳସଂପଦ ମନ୍ତ୍ରୀ ବିଶେଶ୍ୱର ଟୁଡୁ, ମାନ୍ୟବର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ, ପ୍ରାକ୍ତନ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ, ଭଦ୍ରକ ସାଂସଦ ମଂଜୁଲତା ମଣ୍ଡଳ, ଭଣ୍ଡାରିପୋଖରୀ ବିଧାୟକ ପ୍ରଫୁଲ୍ଲ ସାମଲ, ଭଦ୍ରକ ବିଧାୟକ ସଂଜୀବ ମଲ୍ଲିକ ଏବଂ ଆଞ୍ଚଳିକ ନିର୍ଦ୍ଦେଶକ ଜାତୀୟ ରାଜପଥ ଅଧିକାରୀ, ଭୁବନେଶ୍ୱରଙ୍କୁ ଏହି ଗଳାପୋଲ ସଂପ୍ରସାରଣ କାର୍ଯ୍ୟର ଚିଠି ପ୍ରଦାନ କରାଯାଇଥିଲା । ମାନ୍ୟବର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟୋଗିକ କେନ୍ଦ୍ରମନ୍ତ୍ରୀ ଶ୍ରୀଯୁକ୍ତ ପ୍ରଧାନ ମହୋଦୟ ଆମ୍ଭର ଚିଠିକୁ ବିଚାରକୁ ନେଇ ଏ ଅଞ୍ଚଳର ଉପୁଜୁଥିବା ସମସ୍ୟାକୁ ବିଚାରକୁ ନେଇ ତୁରନ୍ତ ମାନ୍ୟବର କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀ ଶ୍ରୀଯୁକ୍ତ ଗଡ଼କରୀଙ୍କୁ ତାଙ୍କ ମନ୍ତ୍ରଣାଳୟ ମାଧ୍ୟମରେ ଚିଠି ପ୍ରଦାନ କରି ଏଠାରେ ଗଳାପୋଲ ସଂପ୍ରସାରଣକୁ କାର୍ଯ୍ୟକାରୀ କରିବାପାଇଁ ଅନୁରୋଧ କରିଥିଲେ ।

ତତ୍ ସଂଗେ ସଂଗେ ଭାରତୀୟ ଜନତା ପାର୍ଟିର ପ୍ରାକ୍ତନ ସଂଗଠନ ମନ୍ତ୍ରୀ ଓ ବର୍ତ୍ତମାନର ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ପଞ୍ଚାନନ ରାଉତଙ୍କ ନିଷ୍ଠାପର ଉଦ୍ୟମ ଓ ଅକ୍ଳାନ୍ତ ପ୍ରଚେଷ୍ଟା ଫଳରେ ମାନ୍ୟବର କେନ୍ଦ୍ରମନ୍ତ୍ରୀ ନିତିନ୍ ଗଡ଼କରୀ ମହୋଦୟ ବିଷ୍ଣୁପୁର ଛକଠାରେ ଥିବା ଗଳାପୋଲକୁ ସଂପ୍ରସାରଣ କରିବାପାଇଁ ଜାତୀୟ ରାଜପଥ ଅଧିକାରୀଙ୍କୁ ନିର୍ଦ୍ଦେଶ କରିଥିଲେ । କେନ୍ଦ୍ରମନ୍ତ୍ରୀଙ୍କ ନିର୍ଦ୍ଦେଶ ଅନୁଯାୟୀ ଜାତୀୟ ରାଜପଥ ଅଧିକାରୀ ଗତ ତା-୪.୧୦.୨୦ ୨୧ ରିଖ ଚିଠି ନଂ-ଏନ୍‌ଏଚ୍‌ଆଇ/୧୧୦୧୫/୨୪ଆର୍‌ଓ/ଡଡ଼ି/୨୬୭୮/୨୦୨୧ ଅନୁଯାୟୀ ବିଷ୍ଣୁପୁରଠାରେ ଥିବା ଗଳାପୋଲ ନଂ-୧୧୬+୬୭୦କୁ ସଂପ୍ରସାରଣ ନିମନ୍ତେ ୧୫.୪୦ କୋଟି ଟଙ୍କା ମଂଜୁର କରିଛନ୍ତି । ଏହି ସଂପ୍ରସାରଣ କାର୍ଯ୍ୟପାଇଁ ମହାବୀର ଆଞ୍ଚଳିକ ବିକାଶ ପରିଷଦର ସଭାପତି ରଘୁନାଥ ପଣ୍ଡା, ବିଶିଷ୍ଟ ଶ୍ରମିକ ନେତା ଶାନ୍ତନୁ ମହାପାତ୍ର, କାର୍ଯ୍ୟକାରୀ ସଭାପତି ଭିକାରୀ ଚରଣ ସେଠୀ, କୋଷାଧ୍ୟକ୍ଷ ମୁକ୍ତିକାନ୍ତ ସାହୁ, ବିଦ୍ୟାଧର ସେଠୀ, ସୁଧାକର ମହାପାତ୍ର, ଅରୁଣ ଖିଲାର, ବିଜେଡ଼ି ଜିଲ୍ଲା ଯୁବ ସଭାପତି ମୁକୁନ୍ଦଦେବ ସାମଲ, ବିଷ୍ଣୁପୁର ଗ୍ରା.ପ. ସରପଞ୍ଚ ଅକ୍ଷୟ ବେହେରା, ସମିତି ସଭ୍ୟ ଚନ୍ଦ୍ରଶେଖର ଜେନା, ଜଳମଣ୍ଡୁଆ ଗ୍ରା.ପ. ସରପଞ୍ଚ ଜଗବନ୍ଧୁ ଦାସ, ରଘୁନାଥ ଦାସ, ବିଜୟ ଖିଲାର, ରାମଚନ୍ଦ୍ର ରାଉତ, ଅମୂଲ୍ୟ ନାୟକ, ବିକାଶ ସାମଲ, ସାମ୍ବାଦିକ ରବିନାରାୟଣ ସାହୁ, ଅଶ୍ୱିନୀ ନାୟକ, ସନ୍ତୋଷ ପଣ୍ଡା, ସୁବାସ ରାଉତ, ପିତାମ୍ବର ପଣ୍ଡା ଏବଂ ପରିଷଦର ସମସ୍ତ ସଭ୍ୟ ଓ ବିଷ୍ଣୁପୁର, ବହୁଦରଡ଼ା ଏବଂ ଜଳମଣ୍ଡୁଆ ଗ୍ରା.ପ.ର ଅଧିବାସୀମାନେ କୃତଜ୍ଞତା ଜଣାଇବା ସଂଗେ ସଂଗେ ତୁରନ୍ତ ପ୍ରକଳ୍ପ କାର୍ଯ୍ୟ କରିବା ପାଇଁ ଜାତୀୟ ରାଜପଥ ପ୍ରକଳ୍ପ ଅଧିକାରୀ ବାଲେଶ୍ୱରଙ୍କୁ ଗଣ ମାଧ୍ୟମ ମାଧ୍ୟମରେ ନିବେଦନ କରିଛନ୍ତି ।