Odiapua.com

ବିଷ୍ଣୁପୁରବିନ୍ଧା ପଞ୍ଚାୟତରେ ଘରେ ଘରେ କଂଗ୍ରେସ ଓ ଘରେ ଘରେ ହାତ କାର୍ଯ୍ୟକ୍ରମ

ଭଦ୍ରକ, ୨୨ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବିଷ୍ଣୁପୁରବିନ୍ଧା ପଞ୍ଚାୟତରେ ଭଦ୍ରକ ଜିଲ୍ଲା କଂଗ୍ରେସ କମିଟିର ମୁଖ୍ୟ ମୁଖପାତ୍ର ଶୁଭେନ୍ଦୁ ରାୟମହାପାତ୍ରଙ୍କ ନେତୃତ୍ୱରେ ‘ଘରେ ଘରେ କଂଗ୍ରେସ, ଘରେ ଘରେ ହାତ’ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ପଞ୍ଚାୟତର ଦିନାରୀ, ଲେଙ୍କାସାହି, ଗଞ୍ଜାମାଳ, ଡିହସାହି, ଅନନ୍ଦବଜାର ଆଦି ଗ୍ରାମରେ କଂଗ୍ରେସ କର୍ମୀମାନଙ୍କୁ ନେଇ ସମସ୍ତ ଅଞ୍ଚଳ ଏହି ପଟୁଆର ବୁଲି ଘରକୁ ଘର ଯାଇ ୨୪ବର୍ଷର ବିଜେଡ଼ି ସରକାର ଓ କେନ୍ଦ୍ରର ବିଜେପି ସରକାରଙ୍କର ବିଫଳତା ଓ ସାଧାରଣ ଜନତାଙ୍କ ସମସ୍ୟାଙ୍କ ସମ୍ବଳିତ ଏକ ପ୍ରଚାରପତ୍ର ବଣ୍ଟା ଯାଇଥିଲା । ଏହି କାର୍ଯ୍ୟକ୍ରମରେ ଭଦ୍ରକ ଜିଲ୍ଲା ଯୁବ କଂଗ୍ରେସ ଉପସଭାପତି ବଳରାମ ରାଉତ, ଭଦ୍ରକ ବିଧାନସଭା ଯୁବ କଂଗ୍ରେସ ସଭାପତି ଇଲିୟାସ୍ ଅଲି ଖାଁ, ଯୁବନେତା ସୁଶାନ୍ତ ଦାସ, ଆଶିଷ ନାୟକ, ରିୟାଜ୍ ଖାଁ, ସ୍ଥାନୀୟ ନେତା ରଘୁନାଥ ବିଶ୍ୱାଳ, ମନୋଜ ବିଶ୍ୱାଳ, ତପନ କୁମାର ସାହୁ, ଅଭିରାମ ବେହେରା, ରାଜେଶ ଜେନା, ଭାବଗ୍ରାହି ଚନ୍ଦ୍ରା, ପ୍ରମୋଦ ସେଠୀ, ଭୀମସେନ ପୃଷ୍ଟି, ସୁରଥ ନାଥ, ବାରୁଅ ଜେନା, ପ୍ରଫୁଲ୍ଲ ଜେନା, ଚିନ୍ତାମଣି ଜେନା ସମେତ ଶତାଧିକ କଂଗ୍ରେସ କର୍ମୀ ଉପସ୍ଥିତ ଥିଲେ ।