Odiapua.com

ବିଷ୍ଣୁପୁରବିନ୍ଧାରେ ରଥରେ ଶିବ ମନ୍ଦିରର ଶୁଭ ପ୍ରଦାନ

ଭଦ୍ରକ, ୨ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ପବିତ୍ର ରଥଯାତ୍ରା ଦିନ ଭଦ୍ରକ ବ୍ଳକର ବିଷ୍ଣୁପୁର ବିନ୍ଧା ଗ୍ରାମରେ ଶିବ ମନ୍ଦିରର ଶୁଭ ପ୍ରଦାନ କରିଥିଲେ ସନ୍ତୋଷ କୁମାର ଜେନା ଓ ତାଙ୍କ ସହଧର୍ମିଣୀ ରେଣୁବାଳା ଜେନା। ଉକ୍ତ ଉତ୍ସବରେ ସଂଯୋଜନା କରିଥିଲେ ଗ୍ରାମବାସୀ ତଥା ଅବସରପ୍ରାପ୍ତ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ହରମୋହନ ଜେନା। ଅବସରପ୍ରାପ୍ତ ଜିଲ୍ଳାପାଳଙ୍କ ମୁଖ୍ୟ କିରାଣୀ କୁଳମଣି ଜେନା ଓ ଅବସରପ୍ରାପ୍ତ ବ୍ୟାଙ୍କ ଅଧିକାରୀ ବିଜୟ କୁମାର ଜେନା, ବିଷ୍ଣୁପୁରବିନ୍ଧା ପଞ୍ଚାୟତର ସରପଞ୍ଚ ପଦ୍ମାବତୀ ପୃଷ୍ଟି, ଦେବେନ୍ଦ୍ର ପୃଷ୍ଟି ଓ ସମିତି ସଭ୍ୟ ବଟକୃଷ୍ଣ ଜେନା, ରାଜେନ୍ଦ୍ର ପରିଡ଼ା ଓ ୱାର୍ଡ ମେମ୍ବର ସୁବ୍ରତ ଜେନା ପ୍ରମୁଖ ଉପସ୍ଥିତ ରହି କହିଥିଲେ ଯେ ପ୍ରତ୍ୟେକ ଗ୍ରାମରେ ଶିବ ମନ୍ଦିର ରହିବା ଉଚିତ। ବିଷ୍ଣୁପୁର ବିନ୍ଧା ଭଳି ଜିଲ୍ଳାର ଏକ ଶିକ୍ଷିତ ଗ୍ରାମରେ ଶିବ ମନ୍ଦିର ଆଜି ପର୍ଯ୍ୟନ୍ତ ହୋଇ ନଥିବାରୁ ଦୁଃଖ ପ୍ରକାଶ କରିଥିଲେ। ଗ୍ରାମର ପ୍ରଥମ ଡାକ୍ତରଙ୍କ ଆର୍ôଥକ ସହାୟତାରେ ଏକ ସାଧୁ ଉଦ୍ୟମ ହୋଇଥିବାରୁ ସମସ୍ତେ ସହଯୋଗ କଲେ ଆସନ୍ତା ଶିବରାତ୍ରୀରେ ଏହା ପ୍ରତିଷ୍ଠା ହୋଇ ପାରିବ ବୋଲି ଗ୍ରାମବାସୀଙ୍କ ମହଲରେ ଖୁସିର ଲହରୀ ଖେଳା ଯାଇଥିଲା।