Odiapua.com

ବିଷ୍ଠୁ ସେଠୀଙ୍କ ଦ୍ୱାରା ଉଦ୍‌ଯାପିତ ହେଲା ଯୋଗ ଶିବିର, ବିଭିନ୍ନ ସ୍ଥାନରେ ଅକ୍ସିମିଟର, ମାସ୍କ ଓ ସାନିଟାଇଜର ବଣ୍ଟନ

ଭଦ୍ରକ, ୨୧ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଆଜି ଆନ୍ତଜାର୍ତୀୟ ଯୋଗ ଦିବସ ଅବସରରେ ଏକ ଯୋଗ ଶିବିର ଏହି ଜିଲାର ଧାମନଗରସ୍ଥିତ ମୁକୁନ୍ଦଦେବ ମଣ୍ଡଳରେ ଥିବା ଦେହୁଡି ଆନନ୍ଦପୁର ସ୍ଥିତ ଶିଶୁମନ୍ଦିରରେ ସ୍ଥାନୀୟ ବିଧାୟକ ତଥା ବିରୋଧୀ ଦଳ ଉପନେତା ବିଷ୍ଣୁ ସେଠୀଙ୍କ ଦ୍ୱାରା ଉଦ୍‌ଯାପିତ ହୋଇଛି । ଏହି ଅବସରରେ ସ୍ଥାନୀୟ ପଂଚାୟତ ପକ୍ଷରୁ ସରପଞ୍ଚ ବିଜୟ କୁମାର ଦାସ ଓ ପୂର୍ବତନ ସମିତି ସଭ୍ୟ ରମେଶ ପତି ଶ୍ରୀ ସେଠୀଙ୍କୁ ଉତ୍ତରୀୟ ଓ ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ କରିବା ପରେ ଆମ ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରଚେଷ୍ଟାରେ ଯୋଗ ଆଜି ସମଗ୍ର ବିଶ୍ୱରେ କିଭଳି ଆଦୃତ ହୋଇପାରିଛି । ଏବଂ ଏହାଦ୍ୱାରା ମାନବ ସମାଜ କିଭଳି ସ୍ୱାସ୍ଥ୍ୟ ସମସ୍ୟାରୁ ମୁକୁଳି ପାରିଛି, ସେ ବିଷୟରେ ବିସ୍ତୃତ ଆଲୋଚନା କରିଥିଲେ । ଏବଂ ବଂଚିବା ପାଇଁ ଯେଭଳି ଖାଦ୍ୟ ଦରକାର, ସେହିଭଳି ସୁସ୍ଥ ରହିବା ପାଇଁ ଶରୀରକୁ ରୋଗମୁକ୍ତ ହେବା ଆବଶ୍ୟକ ହୋଇଥିବାରୁ ଯୋଗ ଏ ଦିଗରେ ନିହାତି ଜରୁରୀ ବୋଲି ସେ କହିବା ସହ ଏହାକୁ ଜୀବନର ଏକ ଅଂଶ ଭାବେ ଗ୍ରହଣ କରିବାକୁ ଯୁବକମାନଙ୍କୁ ଆହ୍ୱାନ ଦେଇଥିଲେ । ଏହାପରେ ଭଦ୍ରକ ଜିଲାର ଓବିସି ମୋର୍ଚ୍ଚା ସଭାପତି ବୀରେନ୍ଦ୍ର କୁମାର ଜେନା, ଏସ୍‌ସି ମୋର୍ଚ୍ଚାର ସଭାପତି ପ୍ରମୋଦ କୁମାର ସୂତାର, ମୁକୁନ୍ଦଦେବ ମଣ୍ଡଳର ମହିଳା ମୋର୍ଚ୍ଚା ସଭାପତି ସବିତା ନନ୍ଦ ପ୍ରମୁଖ ତାଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଥିଲେ । ଏହାପରେ ବିଧାୟକ ଶ୍ରୀ ସେଠୀ ଖଡିପଦା ପଂଚାୟତସ୍ଥିତ କାଞ୍ଜିଆପାଳ ଆଶ୍ରମରେ ପହଞ୍ôଚ ବିଦ୍ୟାର୍ଥୀ ଓ ଗୁରୁଜୀମାନଙ୍କୁ ମାସ୍କ, ସାନିଟାଇଜର, ଅକ୍ସିମିଟର, ଥର୍ମୋମିଟର ସହ ମିଷ୍ଟାନ୍ନ ବଣ୍ଟନ କରି ଧାମନଗର କଲେଜର ଅଧ୍ୟାପକମାନଙ୍କ ବିଭିନ୍ନ ସମସ୍ୟା ଉପରେ ଆଲୋଚନା ପରେ ସେଠାରେ ମଧ୍ୟ ଅକ୍ସିମିଟର, ଥର୍ମୋମିଟର, ମାସ୍କ ଓ ସାନିଟାଇଜର ପ୍ରଦାନ କରିଥିଲେ । ଏହି କାର୍ଯ୍ୟକ୍ରମରେ ବିଧାୟକଙ୍କ ସହ ମୁକୁନ୍ଦଦେବ ମଣ୍ଡଳର ସଭାପତି ଅରବିନ୍ଦ ପତି, ବିଜେପିର ବରିଷ୍ଠ ନେତା ଅଶୋକ ପୁହାଣ, ରଂଜିତ ମହାନ୍ତି, ଖଡିପଦା ପଂଚାୟତର ବିଧାୟକଙ୍କ ପ୍ରତିନିଧି ଲକ୍ଷ୍ମୀଧର ପାଣିଗ୍ରାହୀ, ପଂଚାୟତ ସଭାପତି ସୁବାଷ ନନ୍ଦ, ଦଳାଙ୍ଗ ପଂଚାୟତ ପ୍ରମୁଖ କ୍ଷେତ୍ରବାସୀ ବାରିକ, ମୁକୁନ୍ଦଦେବ ମଣ୍ଡଳର ସଂଯୋଜକ ଶ୍ରୀକାନ୍ତ ଦାଶ, ମହେଶ୍ୱର ପତି, ଅରୁଣ ଦାସ, ଅନୀଲ ଘଡେଇ, ନାରାୟଣ ବେହେରା ଓ ଉମାକାନ୍ତ ସାହୁ ପ୍ରମୁଖ ବିଜେପିର ବହୁ ବରିଷ୍ଠ ନେତା ଓ କର୍ମୀ ଯୋଗ ଦେଇଥିଲେ ।