Odiapua.com

ବିଷାକ୍ତ ସାପ ଧରିବାକୁ ଯାଇ ନାଗ ସାପ ଚୋଟରେ ଯୁବକ ଗୁରୁତର – ସାପ କାମୁଡାରେ ଗତ ୧୫ ଦିନରେ ଦୁଇ ମୃତ୍ୟୁର ଶିକାର

ବଲାଙ୍ଗୀର ୧୯-୦୬ (ଓଡ଼ିଆ ପୁଅ/ସନ୍ତୋଷ ନାୟକ) ବଲାଙ୍ଗୀର ଜିଲ୍ଲାର ଟିଟିଲାଗଡ଼ ଥାନା ଅନ୍ତର୍ଗତ କୁମୁଡ଼ିପଦର ଗ୍ରାମ ର ଜଣେ ୨୧ ବର୍ଷୀୟ ଯୁବକ ସାପ କାମୁଡା ରେ ଗୁରୁତର ଆହତ ହୋଇ ଟିଟିଲାଗଡ଼ ଉପଖଣ୍ଡ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ପ୍ରକାଶ ଯେ କୁରୂପତି ବଗର୍ତ୍ତି ନାମକ ଏହି ଯୁବକ ସାପ ଧରିବା କାମ କରୁଥିବା ବେଳେ ଗ୍ରାମ ରେ ଏକ ନାଗ ସାପ ବାହାରିଥିବା ରୁ ଲୋକେ ତାଙ୍କୁ ଡକେଇ ଥିଲେ। ହେଲେ ସାପ ଧରିବା ବେଳେ ଉକ୍ତ ନାଗ ସାପ କୁରୂପତି ଙ୍କ ହାତରେ ଚୋଟ ମାରିଥିଲା। ତାଙ୍କୁ ତୁରନ୍ତ ଟିଟିଲାଗଡ଼ ଉପଖଣ୍ଡ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ତେବେ ତାଙ୍କ ସ୍ୱାସ୍ଥ୍ୟବସ୍ଥା ସ୍ଥିର ଥିବା ଜଣାଯାଇଛି। ଏହି ଡାକ୍ତର ଖାନାରେ ଆଖ ପାଖ ଅଞ୍ଚଳରେ ପ୍ରାୟ ଚାରି ଜଣ ସାପ କାମୁଡା ରେ ଆହତ ହୋଇ ଭର୍ତ୍ତି ଥିବା ବେଳେ ଗତ ୧୫ ଦିନରେ ଦୁଇ ଜଣଙ୍କ ସାପ କାମୁଡାରେ ଶୋଚନୀୟ ମୃତ୍ୟୁ ଘଟିଛି।