Odiapua.com

ବିଷାକ୍ତ ସାପ କାମୁଡାରେ ଶିଶୁ ମୃତ

ଭଦ୍ରକ, ୨୮ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ବାସୁଦେବପୁରରେ ବିଷାକ୍ତ ସାପ କାମୁଡାରେ ଜଣେ ଶିଶୁଙ୍କର ମୃତ୍ୟୁ ହୋଇଛି । ପ୍ରାପ୍ତ ସୂଚନା ଅନୁସାରେ ବାସୁଦେବପୁର ବ୍ଲକ୍ ଅନ୍ତର୍ଗତ ବାଲିମୁଣ୍ଡା ପଂଚାୟତର ଗଣେଶ ବେରାଙ୍କର ୧୧ ବର୍ଷିୟ ପୁତ୍ର ସୌରଭ ଗତକାଲି ରାତିରେ ଶୋଇଥିବା ସମୟରେ କଣ ଗୋଟେ କାମୁଡି ଦେଇଥିବା କଥା, ସେ ତାର ପରିବାର ଲୋକଙ୍କୁ ସକାଳୁ କହିଲା, ପରେ ତାକୁ ତୁରନ୍ତ ବାସୁଦେବପୁର ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇ ଆସିବା ବାଟରେ ସେ ଚେତାଶୂନ୍ୟ ହୋଇଯାଇଥିଲା । ପରେ ଡାକ୍ତରଖାନାରେ ପହଞ୍ôଚବା ପରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଶିଶୁଟର ଅକାଳ ମୃତ୍ୟୁକୁ ନେଇ ସ୍ଥାନୀୟ ଅଂଚଳରେ ଶୋକର ଛାୟା ଖେଳିଯାଇଛି ।