Odiapua.com

ବିଷାକ୍ତ ସାପ କାମୁଡାରେ ଚାଲିଗଲା ଜୀବନ

ବଲାଙ୍ଗୀର ୧୩/୦୬ (ଓଡ଼ିଆ ପୁଅ/ସନ୍ତୋଷ ନାୟକ) ବଲାଙ୍ଗୀର ଜିଲ୍ଲା ଅନ୍ତର୍ଗତ ମୁରିବାହଲ ଥାନା ଅଧିନସ୍ଥ ଲାରିପଡା ଗ୍ରାମର ବିସିକେସନ ଯାନୀ ନାମକ (୨୦)ଜଣେ ବ୍ୟକ୍ତିଙ୍କ ର ବିଷାକ୍ତ ସାପ କାମୁଡାରେ ମୃତ୍ୟୁ ଘଟିଛି। ସୂଚନା ଅନୁଯାୟୀ, ଗତ ଶୁକ୍ରବାର ରାତିରେ ପ୍ରାୟ ୧୨ ଟା ସମୟରେ ବିସିକେଶନ ତାଙ୍କ ଘରେ ସୋଇରହିଥିବା ବେଳେ ହଠାତ ଏକ ସାପ କାମୁଡି ଦେଇଥିଲା। ପରିବାର ଲୋକେ ଗାଡ଼ି ଯୋଗେ ତାଙ୍କୁ ଟିଟିଲାଗଡ଼ ଉପଖଣ୍ଡ ମୁଖ୍ୟ ଚିକିତ୍ସାଳୟ କୁ ଆଣିଥିବା ବେଳେ ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟୁ ବରଣ କରିଥିଲେ। ତାଙ୍କର ଏକ ୩ ମାସ ର ଶିଶୁକନ୍ୟା ଥିବା ଜଣାଯାଇଛି। ଏ ନେଇ ମୁରିବାହାଲ ଥାନା ରେ ଏକ ମାମଲା ରୁଜ୍ଜୁ କରି ସବ ବ୍ୟବଚ୍ଛେଦ କରି ପରିବାର କୁ ସବ ହସ୍ତାନ୍ତର କରିବା ପୋଲିସ ପ୍ରକାଶ କରିଛି।