Odiapua.com

ବିଷାକ୍ତ ମଦ ପିଇ ଜଣେ ମୃତ

ଭଦ୍ରକ, ୪ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ଧାମରା ଅଂଚଳରେ ଜଣେ ବ୍ୟକ୍ତି ବିଷାକ୍ତ ମଦ ପିଇ ମୃତ୍ୟୁ ବରଣ କରିଛି । ପ୍ରାପ୍ତ ଖବରରୁ ଜଣାଯାଇଛି ଧାମରା ଥାନା ଅର୍ନ୍ତଗତ ଦୋସିଙ୍ଗା ପଂଚାୟତର ଚିଆଣୀପାଇ ଠାରେ ବହୁ ଦିନ ହେବ ଦେଶୀ ମଦ ତିଆରି କରିବା ସହ ବିକ୍ରି କରି ଆସୁଥିବା ଜଣାଯାଇଛି । ଆଜି ସକାଳ ସମୟରେ ସେହି ଗ୍ରାମର ଶଙ୍କର ବିଷୋଇ(୪୦) ସେହି ଦେଶୀ ମଦ ଦୋକାନରୁ ମଦ ପିଅ ସାରିବା ପରେ ଅସ୍ୱସ୍ଥି ଅନୁଭବ କରିଥିଲା ପରେ ଶଙ୍କରକୁ ତାର ପରିବାର ଲୋକେ ଧାମରା ମେଡିକାଲକୁ ଆଣୁଥିବା ସମୟରେ ସେ ମୃତ୍ୟୁ ବରଣ କରିଥିଲା । ପରେ ଶବ ବ୍ୟବଛେଦ ପାଇଁ ବାସୁଦେବପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ପଠାଯାଇଥିଲା ।ଏଠାରେ ଉଲ୍ଲେଖ ଯୋଗ୍ୟ ପ୍ରଶାସନର ବିନାନୁମତିରେ କିପରି ଏଠାରେ ଦେଶୀ ମଦ ତିଆରୀ ହେବା ସହ ବିକ୍ରି ଚାଲିଛି ତାହାର ବିଧିବଦ୍ଧ ତଦନ୍ତ ହେବା ସହ ସଂପୃକ୍ତ ମଦ ବେପାରୀକୁ ତୁରନ୍ତ ଗିରଫ କରିବାକୁ ସର୍ବସାଧାରଣରେ ଦାବୀ ହୋଇ ଆସୁଛି ।