Odiapua.com

ବିଷାକ୍ତ ଛତୁ ଖାଇ ତେର ଜଣ ଗୁରୁତର ଅବସ୍ଥାରେ ଚିକିତ୍ସାଧିନ

ଟିଟିଲାଗଡ଼ ୮-୮ (ଓଡ଼ିଆ ପୁଅ/ସନ୍ତୋଷ ନାୟକ) ଟିଟିଲାଗଡ଼ ସବ ଡିଭିଜନ ଅନ୍ତର୍ଗତ ମାଧିଗୁଡା ଗ୍ରାମର ୧୩ ଜଣ ବିଷାକ୍ତ ଛତୁ ଖାଇ ଗୁରୁତର ଅବସ୍ଥାରେ ଟିଟିଲାଗଡ଼ ଡାକ୍ତର ଖାନାରେ ଭର୍ତ୍ତି ହୋଇଥିବା ଜଣାପଡିଛି। ପ୍ରକାଶ ଯେ ମାଧିଗୁଡା ଗ୍ରାମର କିଛି ବ୍ୟକ୍ତି ଗ୍ରାମ ନିକଟରୁ ଛତୁ ସଂଗ୍ରହ କରି ଆଣି ଥିଲେ। ଉକ୍ତ ଛତୁକୁ ଭାଗ ବଣ୍ଟା କରି କେତେକ ପରିବାର ଲୋକ ନେଇ ରୋଷେଇ କରି ଖାଇବା ପରେ ମୁଣ୍ଡ ବୁଲେଇବା ଓ ବାନ୍ତି ହୋଇ ହଠାତ ଗୁରୁତର ଅସୁସ୍ଥ ହୋଇ ପଡ଼ିଥିଲେ। ତାଙ୍କୁ ପ୍ରଥମେ ଖୋଲାନ ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରକୁ ଗ୍ରାମବାସୀ ନେଇଥିଲେ। ଡାକ୍ତର ଉକ୍ତ ଅସୁସ୍ଥଙ୍କ ଅବସ୍ଥା ଗୁରୁତର ଥିବାରୁ ତୁରନ୍ତ ଦିନ ୩ ଟାରେ ଟିଟିଲାଗଡ଼କୁ ସ୍ଥାନାନ୍ତର କରିଥିଲେ। ସେମାନଙ୍କୁ ଡାକ୍ତର ଖାନାରେ ଭର୍ତ୍ତି କରିବା ସହ ତାଙ୍କ ଚିକିତ୍ସା ଚାଲିଥିବା ଡାକ୍ତର ପ୍ରକାଶ କରିଛନ୍ତି। ୩ ଜଣ ଛୋଟ ପିଲା ସହ ୬ ଜଣ ମହିଳା ଓ ୩ ଜଣ ବ୍ୟକ୍ତି ଚିକିତ୍ସାଧିନ ରହିଛନ୍ତି।