Odiapua.com

ବିଷାକ୍ତ ଛତୁ ଖାଇ ଗୋଟିଏ ପରିବାରର ୬ ଜଣ ଗୁରୁତର

ଖଡିଆଳ/ନୂଆପଡା-୦୫.୦୬.୧୯(ଓଡିଆ ପୁଅ /ସୁଜିତ କୁମାର ପ୍ରଧାନ)ନୂଆପଡା ଜିଲ୍ଲା ସିନାପାଲି ବ୍ଲକ ଅନ୍ତର୍ଗତ ନିଲଜୀ ଗ୍ରାମ ପଞ୍ଚାୟତ ଗଡରାମାଲ ଗ୍ରାମରେ ବିଷାକ୍ତ ଛତୁ ଖାଇ ଗୋଟିଏ ପାରିବାରର ୬ ଜଣ ବ୍ୟକ୍ତ ଗୁରୁତ୍ୱର ଅସୁସ୍ଥ ଥିବା ଜଣାପଡିଅଛି। ଗଡରାମାଲ ଗ୍ରାମର ଦେବାନନ୍ଦ ବାଗ (୪୦) ତାଙ୍କ ପରିବାର ଆଜି ନିଜ ଜମିରେ ପାଲ ଗଦାରେ ବର୍ଷା କାରଣରୁ ପାଲ ଛତି ଫୁଟିବା ଦେଖି ଥିଲେ। ସେହି ଛତୁକୁ ଆଣି ନିଜ ଘରରେ ରୋଷେଇ କରି ପରିବାରର ଦେବାନନ୍ଦ ସହ ତାଙ୍କ ସ୍ତ୍ରୀ ଈଶ୍ୱରୀ ବାଗ ସମେତ ଚାରି ଝିଅ ପାୟଲ ବାଗ, ଆଞ୍ଚଳ ବାଗ, ଗୁନଗୁନ ବାଗ ସହ ଶ୍ରଦ୍ଧା ବାଗ ବିଷାକ୍ତ ଛତୁ ଖାଇ ଗୁରୁତ୍ୱର ଅସୁସ୍ଥ ହୋଇ ପଡିଥିଲେ। ସିନାପାଲି ଗୋଷ୍ଠି ସ୍ୱାସ୍ଥ‌‌୍ୟ କେନ୍ଦ୍ରରେ ପ୍ରାଥମିକ ଚିକିତ୍ସା କରି ଅବସ୍ଥା ସଙ୍କଟାପନ୍ନ ଥିବାରୁ ଖଡିଆଳ ଉପଖଣ୍ଡ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସିତ ହେଉଥିବା ବେଳେ ସ୍ୱାସ୍ଥ୍ୟ ଅବସ୍ଥା ଉନ୍ନତି ଘଟିଥିବା ଡା.ରଞ୍ଜିତ ରାଉତ ପ୍ରକାଶ କରିଛନ୍ତି।